
ବୈପାରିଗୁଡା ୨୭/୦୩ (ଜିଲ୍ଲା ଖବର) : ବୈପାରିଗୁଡା ବ୍ଲକରେ ନୂତନ ବିଡ଼ିଓ ଭାବେ ଅଭିମନ୍ୟୁ କବିଶତପଥି ଯୋଗ ଦେଇଛନ୍ତି ।ଶ୍ରୀ ଅଭିମନ୍ୟୁ କବିଶତପଥିଙ୍କୁ ବ୍ଲକ କାର୍ଯ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବାପରେ ନୂତନଭାବେ ବିଡ଼ିଓ ଦାୟିତ୍ଵ ଗ୍ରହଣ କରିଛନ୍ତି ।ସେ ଏହା ପୂର୍ବରୁ କାମାକ୍ଷାନଗରରେ ସବ ରେଜିଷ୍ଟାର ଭାବେ କାର୍ଯ୍ୟରତ ଥିଲେ ।ସ୍ୱାଗତ କରିବା ସମୟରେ ବ୍ଲକର ବିଡ଼ିଓ ରଜନୀକାନ୍ତ ଦାସ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନୀଲ କୁମାର ସେଠୀ, ସହକାରୀ ଯନ୍ତ୍ରୀ ଏଲ. ଡ଼ି. ନାୟକ,ଉପ ବିଭାଗ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ପୂର୍ବରୁ ଏଠାରେ ଥିବା ବିଡ଼ିଓ ରଜନୀକାନ୍ତ ଦାସଙ୍କୁ ଦଶମନ୍ତପୁର ବ୍ଲକ ବଦଳି ହୋଇଛି ।ଶ୍ରୀ ଦାସ ଏଠାରେ ଅଳ୍ପ ଦିନ ବିଡ଼ିଓ ହୋଇ ମଧ୍ୟ ଜନସାଧାରଣ ଆସ୍ଥାଭାଜନ ହୋଇ ସାଧାରଣ ଜନତାଙ୍କ ପ୍ରିୟପାତ୍ର ସାଜିଥିଲେ ।ଯେକୌଣସି ସମସ୍ୟା ଉପରେ ଆଲୋଚନା କରିବାକୁ ସାଧାରଣ ଜନତାଙ୍କ ସହ ସାମିଲହୋଇ ସମସ୍ୟାର ସମାଧାନ ପାଇଁ ତପ୍ତରତା ଦେଖାଉଥିବା ନଜିର ରହିଥିଲା ।ନୂତନ ବିଡ଼ିଓ ଶ୍ରୀ ଅଭିମନ୍ୟୁ କବିଶତପଥି ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।



