ଗଣେଶ ପୂଜା ପାଇଁ ପଲ୍ଲୀଠୁ ଦିଲ୍ଲୀ ଉତ୍ସବ ମୁଖର

189
ପ୍ରଭୂ ଶ୍ରୀ ଗଜାନନ

ବିଘ୍ନରାଜ, ମଙ୍ଗଳ ମୂର୍ତ୍ତି, ଅଗ୍ରପୂଜ୍ୟ ଭାବେ ପରିଗଣିତ ପ୍ରଭୂ ଶ୍ରୀ ଗଜାନନ ଭାଦ୍ରବ ମାସ, ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ବିରାଜମାନ ହୁଅନ୍ତି । ଏଣୁ ଚାରିଆଡେ ଏହି ପୂଜାକୁ ବହୁ ଧୂମଧାମରେ ପାଳନ କରନ୍ତି । ଗାଁ ଠୁ ସହର, ବିଦ୍ୟାଳୟରୁ ବିଶ୍ଵ ବିଦ୍ୟାଳୟ, କୁନି କୁନି ପିଲାମାନଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକମାନେ ମଧ୍ୟ ଏହି ପୂଜାକୁ ପାଳନ କରିଥାନ୍ତି।

ଓଡ଼ିଶାକୁ ଛାଡିଦେଲେ ଵିଶେଷ କରି ମହାରାଷ୍ଟ୍ରର ମୁମ୍ବାଇଠାରେ ଏହି ପୂଜାକୁ ବହୁ ଆଡମ୍ବରର ସହ ପାଳନ କରିଥାନ୍ତି I ମାଟିରେ ନିର୍ମିତ ମୂର୍ତ୍ତିକୁ ଜୀବନ୍ୟାସ ଦେଇ ପୂଜା ଅର୍ଚ୍ଚନା କରିଥାନ୍ତି । ପୁରାଣ ଶାସ୍ତ୍ରକୁ ଭିତ୍ତିକରି ପରମ୍ପରା ଅନୁସାରେ ଛୋଟ ପିଲାମାନଙ୍କୁ ମଧ୍ୟ ଏହି ଦିନ ଖଡ଼ିଛୁଆଁ କରିଥାନ୍ତି। ଯଦ୍ବାରା କି ଆମର ବିଶ୍ଵାସ ଅଛିକି ପିଲାମାନେ ବହୁତ ଜ୍ଞାନ ଅର୍ଜନ କରିବେ।

ଗଣେଶଙ୍କୁ ବିଭିନ୍ନ ଲୋକ ବିଭିନ୍ନ ନାମରେ ଜାଣିଥାନ୍ତି । ସେଥିମଧ୍ୟରୁ ଗଜାନନ, ବକ୍ରତୁଣ୍ଡ, ଲମ୍ବୋଦର, ବିଘ୍ନ ବିନାଶନ, ଗଜେନ୍ଦ୍ର ବଦନ, ଗଣନାଥ, ବିଦ୍ୟାଧର, କପିଳ ଦିଗନ୍ତ, ଗଜକର୍ଣ, ମୂଷିକ ବାହନ ଆଦି…।

ଦେବାଦେବୀଙ୍କ ମଧ୍ୟରେ ଗଣେଶଙ୍କୁ ପ୍ରଥମେ ବନ୍ଦନା କରାଯାଏ ତେଣୁ ତାଙ୍କୁ ପ୍ରଥମ ପୂଜ୍ୟ ମଧ୍ୟ କୁହାଯାଏ। ସେ ଲଡୁ ଖାଇବା ସହ ମୂଷିକ ଉପରେ ବସି ବୁଲିବାକୁ ବହୁତ ଭଲ ପାଆନ୍ତି।

ଗଣେଶ ପୂଜନର ପବିତ୍ର ଅବସରରେ ଅସୁମାରୀ ଶୁଭେଚ୍ଛା ଓ ଶୁଭକାମନା
ଲେଖା-ଗୁଲସନ୍ କୁମାର କର…