Wednesday, November 11, 2026
Home ଜିଲ୍ଲା ଗଞ୍ଜାମ ଅସ୍ଥାୟୀ ପରିବା ମାର୍କେଟ ପ୍ରସ୍ତୁତ

ଅସ୍ଥାୟୀ ପରିବା ମାର୍କେଟ ପ୍ରସ୍ତୁତ

19

ବ୍ରହ୍ମପୁର,୨୭/୩ (ବିଜୟ କୁମାର ଗୌଡ଼) : ଆଜି ବ୍ରହ୍ମପୁର ହରିଡ଼ାଖଣ୍ଡୀ ଛକ ରାସ୍ତାକଡ଼ରେ ମହାମାରୀ କରୋନାକୁ ଦୃଷ୍ଟିକୁ ନେଇ ସୁରକ୍ଷାନିମନ୍ତେ ଏକତ୍ରିତ ନହେବା ଦୃଷ୍ଟିକୁ ନେଇ ପ୍ରଶାସନ ତରଫରୁ ଜନସଧାରଣଙ୍କ ସୁଵିଧା ପାଇଁ ଏକ ଅସ୍ଥାୟୀ ପରିବା ମାର୍କେଟ ନିର୍ମାଣ ହୋଇଥିବା ଖବର ମିଳିଛି l ସେହି ଗୁଡିକ ବ୍ରହ୍ମପୁର ହରଡାଖଣ୍ଡି ରୋଡ଼, ବାଲୁଙ୍କେଶ୍ୱର ମନ୍ଦିର, ପୁରୁଣା ବ୍ରହ୍ମପୁର ଅନ୍ଧପସରା ରୋଡ ପାର୍ଶ୍ୱରେ ଏହା ବିପୁଳ ପରିମାଣ ରେ ପରିବା ମାର୍କେଟ ବୃଦ୍ଧିପାଉଥିବା ଦେଖିବାକୁ ମିଳୁଛି ।

ବଡବଜାର ପରିଵା ଦୋକାନୀ ମାନଙ୍କରେ ଭିଡ଼ ନ କରିବାକୁ ପୋଲିସପ୍ରଶାସନ ତରଫରୁ ଦୋକାନୀ ମାନଙ୍କୁ ତାଗିତ କରାଯାଇଛି l ସାଧାରଣ ଅଭିଯୋଗ ଏହା ଯେ, ବର୍ତମାନ ଯେଉଁ ସ୍ଥାନରେ ଅସ୍ଥାୟୀ ପରିବା ମାର୍କେଟ ଅଛି ତାହା ଆଗାମୀ ଦିନ ମାନଙ୍କରେ ସେହି ଜାଗାରେ ପରିବା ମାର୍କେଟ ସେହି ରାସ୍ତାରେ ଟ୍ରାଫିକ ଜାମ ହୋଇ ଯିବାଆସିବା ପାଇଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବାନେଇ ଆଶଙ୍କା ପ୍ରକାଶ ପାଇଛି l