Wednesday, October 14, 2026
Home ଜାତୀୟ ଜାମ୍ମୁ ରେ ଫସି ରହିଛନ୍ତି ଅଧ୍ୟୟନ ରତ ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ

ଜାମ୍ମୁ ରେ ଫସି ରହିଛନ୍ତି ଅଧ୍ୟୟନ ରତ ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ

42

ଜାମ୍ମୁ ୨୬/୦୩ (ଜିଲ୍ଲା ଖବର ) : ସାରାଦେଶରେ ଲକ ଡାଉନ ସ୍ଥିତି ଜାରି ରହିଥିବାବେଳେ, ଜାମ୍ମୁ ସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ, ରାନଭିର ଠାରେ ଓଡ଼ିଶାର ଅଧ୍ୟୟନ ରତ ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ ମାନେ ଫସି ରହିଛନ୍ତି। ଖବର ଅନୁସାରେ,ଅଧ୍ୟୟନ ରତ ୧୭୦ଜଣ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ମାନେ କରୋନା ମହାମାରୀ କାରଣରୁ ନିଜ ରାଜ୍ୟକୁ ଫେରି ଆସିବା ପାଇଁ ଟ୍ରେନ ଟିକଟ ବୁକ କରିଥିଲେ,କିନ୍ତୁ ଲକ ଡାଉନ ଜାରି ହେବା ଫଳରେ ଟ୍ରେନ ଟିକଟ ବାତିଲ ହୋଇଥିଲା,ଫଳରେ ଆଜିକୁ୨ଦିନ ଧରି ଖାଇବାକୁ,ପିଇବାକୁ ନ ପାଇ ଫସି ରହି ଥିଲାବେଳେ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।
ରିପୋର୍ଟ ଦୀପକ କୁମାର ଙ୍କ ରିପୋର୍ଟ