
ଆସିକା ୨୬/୦୩ (ଜିଲ୍ଲା ଖବର) : କରୋନାକୁ ନେଇ ସମଗ୍ର ଦେଶରେ ତାଲାବନ୍ଦ ଲାଗୁହୋଇଥିବା ବେଳେ ପ୍ରଶାସନର ନିୟମ ଉଲଂଘନ କରି ବିଭିନ୍ନ ବ୍ୟବସାୟ ଓ ଦୋକାନ ଖୋଲିଥିବା ଅଭିଯୋଗରେ ଆସିକା ପୁଲିସ ଦ୍ବାରା ୮ଜଣ ବେବାରୀଙ୍କୁ ଗିରଫ କରାଯାଇଥିବା ଜଣାପଛିଛି। ସେମାନେ ହେଲେ ତାଲୁକା ଛକର ଗୟା ପରିଡା, ଆସିକାର ଅଶୋକ କୁମାର ସାହୁ, ଖଲିଆ ସୁବୁଦ୍ଧି, ପବିତ୍ର କୁମାର ବେହେରା, ସିମାଞ୍ଚଳ ବେହେରା, ଦୀପକ ମୁନି, ଗିରିବାବୁ ଆଚାରୀ, ବିଶ୍ଵନାଥ ମହାନ୍ତି। ପ୍ରଶାସନର ବାରମ୍ଵାର ବାରଣ ସ୍ଵତ୍ତେ ଦୋକାନ ଖୋଲି ବ୍ୟବସାୟ କରୁଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରିଛି ଆସିକା ପୋଲିସ। ଫଳରେ ଏହାର ପ୍ରଭାବ ଅନ୍ୟ ବ୍ୟବସାୟୀ ମାନଙ୍କ ଉପରେ ପଡିବା ସହ ସଚେତନ ହେବେ ବୋଲି ଆଶା।
ରିପୋର୍ଟ ରତ୍ନାକର ଶିଅ


