Wednesday, November 11, 2026
Home ଆଞ୍ଚଳିକ ଆସିକା ବ୍ଳକ ଗ୍ରସ୍ତରେ ଉପଜିଲ୍ଲାପାଳ

ଆସିକା ବ୍ଳକ ଗ୍ରସ୍ତରେ ଉପଜିଲ୍ଲାପାଳ

151

ଆସିକା୨୬/୦୩ (ଜିଲ୍ଲା ଖବର) : ଆସିକା ବ୍ଳକର ବିଭିନ୍ନ ପଞ୍ଚାୟତ ଗ୍ରସ୍ତରେ ଉପଜିଲ୍ଲାପାଳ ।ବିଭିନ୍ନ ପଞ୍ଚାୟତ ଗ୍ରସ୍ତ ସମୟରେ ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମପଞ୍ଚାୟତ ଠାରେ ଲକ୍ ଡାଉନକୁ ସମର୍ଥନ କରି ଯୁବ ସଂଗଠନ ପକ୍ଷରୁ ବାଉଁଶ ମାଧ୍ୟମରେ ବାଡ ସୃଷ୍ଟି କରି ମୋଟରଯାନ ସମେତ ଗାଡିଗୁଡା ବନ୍ଦକରିଥିବା ଦୃଶ୍ୟ ଦେଖି ଉପଜିଲ୍ଲାପାଳ ଖୁସିବ୍ୟକ୍ତ କରିବା ସହିତ ଫୋଟ ମଧ୍ୟ ଉଠାଇଛନ୍ତି। ସ୍ଥାନୀୟ ପ୍ରଶାସନ ଓ ପଞ୍ଚାୟତ ତରଫରୁ ବ୍ୟାପକ ପ୍ରସ୍ତୁତି ସାଂଗକୁ କରୋନା ମୁକାବିଲା ନିମନ୍ତେ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଯୋଗାଣ ସହାୟକ ଶଙ୍କର ନାହାକ ଗ୍ରାମ ପଞ୍ଚାୟତର ଗାଁ ଗୁଡିକୁ ବୁଲି ମାଇକ ଯୋଗେ ସଚେତନତା ବାର୍ତ୍ତ ପ୍ରଦାନ କରୁଥିବା ଜଣାପଡିଛି। ଧୀରେଧୀରେ କଟକଣା ଅଧିକ ହେବାସହ ଲୋକମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ନିମନ୍ତେ ସରପଞ୍ଚ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ବେହେରା ଉଦ୍ୟମ ଜାରି ରହିଥିବା ବେଳେ ଆସିକା ପୋଲିସ ପକ୍ଷରୁ ପେଟ୍ରୋଲିଂ ମଧ୍ୟ ବାରମ୍ବାର ହେଉଥିବା ଜଣାପଡିଛି।
ରିପୋର୍ଟ ରତ୍ନାକର ଶିଅ