Home ଆଞ୍ଚଳିକ ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କୁ ପ୍ଲାକାର୍ଡ ଧରାଇଥିଲା ପୋଲିସ

ଲକ୍‌ଡାଉନ୍‌ ଉଲ୍ଲଂଘନକାରୀଙ୍କୁ ପ୍ଲାକାର୍ଡ ଧରାଇଥିଲା ପୋଲିସ

23

ଦାରିଙ୍ଗବାଡ଼ି, ୨୫/୩ (ଜ଼ିଲ୍ଲାଖବର) : ବାଲିଗୁଡ଼ା ଏସ୍‌ଡିପିଓ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଦାରିଙ୍ଗବାଡ଼ି ସମେତ ସିମନବାଡ଼ି ଅଞ୍ଚଳରେ ଲୋକଙ୍କୁ ସଚେତନ କରିବା ସହ ତାଗିଦ କରିଛନ୍ତି। ବାହାରେ ବୁଲୁଥିବା ଲୋକଙ୍କ ହାତରେ ପ୍ଲାକାର୍ଡ ଧରାଇ ସଚେତନ କରାଇଥିଲେ । ଧୀରେଧୀରେ ଲୋକେ ସଚେତନ ହୋଇ ଘରେ ରହୁଥିବା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି ।

କିଛି ଲୋକ ଘରେ ନ ରହି ପୋଲିସର ଗତିବିଧିକୁ ଅଧିକା ନଜର ରଖୁଥିବାରୁ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଏସ୍‌ଡିପିଓ ବାରିକ କହିଛନ୍ତି । କିଛି ବାଇକ, ଅଟୋ ଚାଳକଙ୍କୁ ଅଟକାଇ ତାଙ୍କ ହାତରେ ପ୍ଲାକାର୍ଡ ଧରାଇଥିଲେ। ମାତ୍ର କିଛି ଉଲ୍ଲଂଘନକାରୀ ଲଜ୍ଜାରେ ଉକ୍ତ ପ୍ଲାକାର୍ଡ ଧରିବା ବଦଳରେ ଆମକୁ ମାଡ଼ମାରି ଛାଡ଼ିଦିଅ ବୋଲି କହିଥିଲେ।

ତେବେ ଏହି ପ୍ଲାକାର୍ଡ ଦ୍ୱାରା ଅଧିକ ଜନସଚେତନ ହୋଇଥିବା ସେ କହିଛନ୍ତି। ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝୀ, ଏସଆଇ ଅନିଲ କୁମାର ଦେବତା ପ୍ରମୁଖ ଏସ୍‌ଡିପିଓଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିବା ସହ ଏହି ସଚେତନ କରାଇଛନ୍ତି ।