Wednesday, November 11, 2026
Home ଆଞ୍ଚଳିକ ଲକ୍‌ଡାଉନ୍‌ ଯୋଗୁଁ ବିହାରରେ ଫସିଛନ୍ତି ଓଡିଆ ଫଟୋଗ୍ରାଫର

ଲକ୍‌ଡାଉନ୍‌ ଯୋଗୁଁ ବିହାରରେ ଫସିଛନ୍ତି ଓଡିଆ ଫଟୋଗ୍ରାଫର

21
ଫୋଟୋଗ୍ରାଫର - ଶଙ୍କର ସେଠୀ

ବ୍ରହ୍ମପୁର,୨୫/୦୩ : ସମଗ୍ର ଦେଶରେ କୋରୋନା ଯୋଗୁ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ ବିହାରରେ ଫସି ରହିଛନ୍ତି ଓଡ଼ିଆ ପୁଅ । ପାଖରେ ଟଙ୍କା ଅଛି, ହେଲେ ଖାଦ୍ୟ ମିଳୁନି କି ରହିବାକୁ ସ୍ଥାନ ବି ନାହିଁ । ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରିବା ବି ମୁସକିଲ । ଶେଷରେ ବାଧ୍ୟ ହୋଇ ସୋଶିଆଲ ମିଡିଆ ସହାୟତାରେ ଉଦ୍ଧାର ପାଇଁ ସେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ।


ଯାହା ଜଣାପଡ଼ିଛି, ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଥିତ ରାମଲକ୍ଷ୍ମୀ ନଗରର ଶଙ୍କର ସେଠୀ ଫଟୋଗ୍ରାଫି ପାଇଁ ବିହାର ଯାଇଥିଲେ । ହେଲେ ଏହା ଭିତରେ କୋରୋନା ଯୋଗୁ ସମଗ୍ର ଦେଶରେ ଲକ୍ ଡାଉନ ଘୋଷଣା ହୋଇଗଲା । ବସ୍, ଟ୍ରେନ ଏବଂ ବିମାନ ସେବା ବନ୍ଦ ହୋଇଗଲା । ଘରକୁ ଫେରିନପାରି ବିହାରର କାତିହାରରେ ଫସି ରହିଛନ୍ତି ଶଙ୍କର ।ସୋଶିଆଲ ମିଡିଆ ମାଧ୍ୟମରେ ସେ କହିଛନ୍ତି, ହାତରେ ଟଙ୍କା ଅଛି ସତ ।

ହେଲେ ଖାଦ୍ୟ ମିଳୁନି କିମ୍ବା କେଉଁଠି ରହିବି ଜାଣିପାରୁନି । ଲକ୍ ଡାଉନ ଯୋଗୁଁ ସବୁକିଛି ବନ୍ଦ ରହିଛି । ତେଣୁ ଉଦ୍ଧାର ପାଇଁ ରାଜ୍ୟ ସରକାର ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ସେ ଅନୁରୋଧ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପିଙ୍କୁ ଏନେଇ ଅବଗତ କରିଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିରେ ଓଡିଶାକୁ ଫେରାଇ ଆଣିବା ସମ୍ଭବ ନୁହେଁ ।

ତେଣୁ ସେଠାରେ ହିଁ ଶଙ୍କରଙ୍କ ପାଇଁ ରହିବା ଏବଂ ଖାଇବା ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଗଞ୍ଜାମ ଏସପି ବ୍ରିଜେଶ ରାୟ । ଜିଲ୍ଲାପାଳ ମଧ୍ୟ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି l