Home ଆଞ୍ଚଳିକ ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଥିବା ଶିଶୁଙ୍କ ରନ୍ଧା ଖାଦ୍ୟ ଚାଉଳରେ ବ୍ୟାପକ ହରିଲୁଟ ଅଭିଯୋଗ

ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଥିବା ଶିଶୁଙ୍କ ରନ୍ଧା ଖାଦ୍ୟ ଚାଉଳରେ ବ୍ୟାପକ ହରିଲୁଟ ଅଭିଯୋଗ

127

ବୈପାରିଗୁଡା ୨୪/୦୩ (ଜିଲ୍ଲା ଖବର) : କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକରେ ବହୁ ଅଙ୍ଗନବାଡି କେନ୍ଦ୍ରରେ ୩ରୁ ୬ବର୍ଷ ପିଲାଙ୍କୁ ଦିଆଯାଉଥିବା ଚାଉଳରେ ବ୍ୟାପକ ହରିଲୁଟ ହେଉଥିବା ଅଭିଯୋଗ ହେଉଛି ।୫୦ କେଜିଆ ଚାଉଳ ବସ୍ତାରେ ୫ରୁ ୭ କେଜି କମ ରହୁଥିବା ଅଭିଯୋଗ ଆଣିଛନ୍ତି ଅଙ୍ଗନବାଡି ସଂଘର ବ୍ଲକ ସମ୍ପାଦିକା ସ୍ବର୍ଣ୍ଣଲତା ପଣ୍ଡା ।ଅଭିଯୋଗ ଅନୁସାରେ, ବୈପାରିଗୁଡା ବ୍ଲକର କେନ୍ଦୁଗୁଡ଼ା ଅଞ୍ଚଳର ବହୁ ଅଙ୍ଗନବାଡି କେନ୍ଦ୍ର ଏହିପରି ଭାବେ ଠକାମିର ଶିକାର ହେଉଥିବା ବେଳେ ବ୍ଲକରେ ଥିବା ଅନ୍ୟ ଅଞ୍ଚଳରେ ପ୍ରତି ମାସରେ କିଭଳି ଶିକାର ହେଉଥିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ହିସାବରେ ମାସକୁ ପ୍ରାୟ ବହୁ ଚାଉଳ ବାଟମାରଣା ହେଉଛି ।ଟେଣ୍ତର ନେଇଥିବା ସ˚ପୃକ୍ତ ଠିକାଦାର ଚାଉଳ ଓଜନ ନକରି ବସ୍ତା ପ୍ରତି ୫୦ କେଜି ହିସାବରେ ଚାଉଳ ଯୋଗାଣ କରୁଛନ୍ତି ।କିନ୍ତୁ ସ˚ପୃକ୍ତ ଠିକାଦର ବିନା ଓଜନରେ ବ୍ୟାଗ ପ୍ରତି ପଚାଶ କିଗ୍ରା ଅନୁସାରେ ଚାଉଳ ବଣ୍ଟନ କରୁଥିବା ବେଳେ କେତେ ପରିମାଣର ଚାଉଳ କମ ଅଛି ସେ କିପରି ନ ଜାଣି ଚାଉଳ ପ୍ରଦାନ କରୁଛି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏନେଇ ଅଙ୍ଗନବାଡି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଅଭିଯୋଗର ତଦନ୍ତ କରାଯିବାକୁ ଦାବି ହେଉଛି ।

ରିପୋର୍ଟ – ସରୋଜ କୁମାର ଲେଙ୍କା ।