
ଛତିଶଗଡ, ୨୪/୦୩ : ଛତିଶଗଡର ସୁକମା ଅଞ୍ଚଳରେ ହୋଇଥିବା ମାଓବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢଭାବେ ନିନ୍ଦା କରିଛନ୍ତି । ଏହି ଆକ୍ରମଣରେ ସହିଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଏକ ଟ୍ଵିଟରେ ସେ ଲେଖିଛନ୍ତି ଯେ, “ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି” ।



