
ବୈପାରିଗୁଡା ୨୪/୦୩ (ଜିଲ୍ଲା ଖବର) : କୋରାପୁଟ ଜିଲ୍ଲାର ବୈପାରିଗୁଡା ପ୍ରଶାସନ ପକ୍ଷରୁ ବୈପାରିଗୁଡା ସହରରେ ଥିବା ବିଭିନ୍ନ ଗଳି କନ୍ଦି,ବ୍ଲକରେ ଥିବା ବିଭିନ୍ନ ଗ୍ରାମକୁ ବୈପାରିଗୁଡା ତହସିଲଦାର କୈଳାଶ ଚନ୍ଦ୍ର ତ୍ରିପାଠୀ, ବୈପାରିଗୁଡା ବିଡ଼ିଓ ରଜନୀକାନ୍ତ ଦାସ ଏବଂ ବୈପାରିଗୁଡା ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ବୈପାରିଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନକୁ ଯାଇ ଦୋକାନ ବଜାର ବନ୍ଦ କରିବା ସହିତ କରୋନା ପାଇଁ ଭୟ ଭିତ ନ ହୋଇ କରୋନା ସଂକ୍ରମଣ କିପରି ରୋକା ଯାଇପାରିବ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।ବାହାର ରାଜ୍ୟ ଓ ବାହାର ଦେଶରୁ ଆସୁଥିବା ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଅନୁରୋଧ କରିଥିଲେ ।ଏଥିସହ ସମସ୍ତଙ୍କୁ ହ୍ୟାଣ୍ଡ ୱାସ ବା ସାବୁନ ଦ୍ୱାରା କିପରି ଦୈନିକ ବହୁଥର ହାତ ସଫା କରାଯିବ ସେହି ପ୍ରଣାଳୀକୁ ମଧ୍ୟ ବୁଝାଇ ଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପୋଲିସ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।



