
ବୈପାରିଗୁଡା ୨୪/୦୩ (ଜିଲ୍ଲା ଖବର) : କୋରାପୁଟ ଜିଲ୍ଲାର ବୈପାରିଗୁଡାରେ ଥିବା ବୈପାରିଗୁଡା ନିଖିଳ ଉତ୍କଳ ବାରିକ ସଂଘ ଏବେ କରୋନା ଦାଉରୁ ରକ୍ଷା ପାଇବା ପାଇଁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି ।ସେମାନେ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ କରୋନାକୁ ପ୍ରତିହତ କରିବା ପାଇଁ ଲିଫ୍ଟଲେଟ ବାଣ୍ଟିବା ସହ ସଫାସୁତରା ରହିବାକୁ ପରାମର୍ଶ ଦେଇଥିଲେ ।ସେମାନେ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବ୍ଲକର ସମସ୍ତ ସେଲୁନ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି ।ଏହାକୁ ବୈପାରିଗୁଡା ଜନସାଧାରଣ ମଧ୍ୟ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମତ ଦେଇଛନ୍ତି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।


