
ବେଲଗୁଣ୍ଠା ୨୩/୦୩(ଜିଲ୍ଲା ଖବର) : ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଲକ ଡାଉନ ଆସନ୍ତା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।ତେଣୁ ଏହି ସମୟରେ ସତର୍କତା ଅବଲମ୍ବନ କରିବା ସହ ଆଇନ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।ପ୍ରତ୍ୟେକ ଦିନ ଅପରାହ୍ନ ୪ଟା ଠାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଔଷଧ ଦୋକାନ ବ୍ୟତୀତ ରାସନ, ପରିବା ଓ ଫଳ ଦୋକାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଛି। ଏଥିସହ ଗାଡ଼ି ଚଳାଚଳ ବନ୍ଦ କରିବା ପାଇଁ ସ୍ଥିର ହୋଇଛି। ଅତ୍ୟାବଶ୍ୟକ ସ୍ଥଳେ ହିଁ ବାହାରକୁ ବାହାରି ବାକୁ କୁହାଯାଇଛି।ନିୟମ ଉଲଂଘନ କାରୀ ଙ୍କୁ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଛି।ଏସମ୍ପର୍କରେ ଆଜି ଭଞ୍ଜନଗର ଜନସାଧାରଣ ଙ୍କୁ ଡାକ ବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଛି।
ରିପୋର୍ଟ ଶିବରାମ ଚୌଧୁରୀ


