Home ଆଞ୍ଚଳିକ ବାଉଁଶ କାରିଗରଙ୍କୁ ସ୍ୱାବଲମ୍ବୀ କରିଛି ଧଳପୁର ବନ ସଂରକ୍ଷଣ ସମିତି

ବାଉଁଶ କାରିଗରଙ୍କୁ ସ୍ୱାବଲମ୍ବୀ କରିଛି ଧଳପୁର ବନ ସଂରକ୍ଷଣ ସମିତି

26

ବୈପାରୀଗୁଡା ୨୨/୦୩ (ଜିଲ୍ଲା ଖବର) : ଧଳପୁର ବାଉଁଶ କର୍ମଶାଳା କେନ୍ଦ୍ର ପ୍ରକଳ୍ପ ସମଗ୍ର ଓଡ଼ିଶାରେ ପ୍ରଥମ l ଆଜି ଅନେକ ବାଉଁଶ କାରିଗରଙ୍କୁ ସ୍ୱାବଲମ୍ବୀ କରିଛି ଧଳପୁର ବନ ସଂରକ୍ଷଣ ସମିତିର l କିଛି ଦିନ ପୂର୍ବେ ଏହି ସମିତି ଅନୁରୋଧ କ୍ରମେ, ଜୟପୁର ବନଖଣ୍ଡ ଅଧିକାରୀ ଅଶ୍ବିନୀ କୁମାର କର ଏବଂ କୋରାପୁଟ ବନଖଣ୍ଡର ସହକାରୀ ବନ ସଂରକ୍ଷକ ତଥା ପୂର୍ବତନ ବୈପାରୀଗୁଡ଼ା ବନାଞ୍ଚଳ ଅଧିକାରୀ ଏ.ଉମା ମହେଶଙ୍କ ନେତୃତ୍ୱରେ ଧଳପୁର ଠାରେ ବାଉଁଶ କର୍ମଶାଳା କେନ୍ଦ୍ର ଖୋଲିବା ପାଇଁ ଯୋଜନା ଆରମ୍ବ ହୋଇଥିଲା l ପରେ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସ୍.ସି.ଏ) ଅନୁଦାନ ରାଶିରେ ଗତ କିଛିଦିନ ପୂର୍ବେ ଧଳପୁର ଠାରେ ବାଉଁଶ କର୍ମଶାଳା କେନ୍ଦ୍ର ଆରମ୍ବ ହୋଇଛି l ଜଙ୍ଗଲ ବିଭାଗର ପ୍ରୋଜେକ୍ଟ ଡ଼ାଇରକ୍ଟର ଡକ୍ଟର ଏ କେ ପାଠକ, କୋରାପୁଟ ଆରସିସିଏଫ ସୂଦୀପତା ଦାସ, ଜୟପୁର ଡିଏଫଓ ଅଶ୍ବିନୀ କୁମାର କରଙ୍କ ଉପସ୍ଥିତରେ ଏହି ବାଉଁଶ କର୍ମଶାଳା କେନ୍ଦ୍ରକୁ ଅନୁଷ୍ଠାନିକ ଭାବେ ଉଡ଼ଘାଟନ କରାଯାଇଥିଲା l ଆଗରୁ ଏହି ଏଅଞ୍ଚଳର ଗରିବ ଜନଜାତିର ବାଉଁଶ କାରିଗରଙ୍କ ନିଜ ହାତରେ ବାଉଁଶରେ କୁଲା, ପାଚିଆ, ଝୁଡି, ତାଟି ସହ ବିଭିନ୍ନ ସାମଗ୍ରୀ ତିଆରି କରି ନିକଟସ୍ଥ ହାଟ ବଜାରରେ ବିକି ଗୁଜୁରାଣ ମେଣ୍ଟାଉଥିଲେ | କିନ୍ତୁ ଏବେ ଯାନ୍ତ୍ରିକ ସହାୟତା ପାଇବାରୁ କାରିଗରଙ୍କ କାମ ପୂର୍ବାପେକ୍ଷା ଅଧିକ ସହଜ ହୋଇପାରିଛି | ବାଉଁଶରେ ଖଟ, ଡ୍ରେସିଙ୍ଗ ଟେବୁଲ, ଚେୟାର, ପଣି ବତଲ, ପାଣିଜଗ, ପେନ ଷ୍ଟାଣ୍ଡ, ମୋବଇଲ ଷ୍ଟାଣ୍ଡ, ଟି କପ, ବେଡ଼ ଲାଇଟ, ଫୁଲଦାନି, ସହ ଅନେକ ଆକର୍ଷଣୀୟ ମନଲୋଭା ବାଉଁଶ ଜିନିଷ କମ୍ ସମୟରେ ଅଧିକ ସାମଗ୍ରୀ ତିଆରି କରାଯାଇ ପାରୁଛି |ପୁଣି ଉତ୍ପାଦନ ସାମଗ୍ରୀ ମଧ୍ଯ ଦୀର୍ଘସ୍ଥାୟୀ ହୋଇପାରିବ ବୋଲି କାରିଗରମାନେ ପ୍ରକାଶ କରିଛନ୍ତି | ସ୍ଥାନୀୟ ମହିଳା ସ୍ୱୟଂ ସହାୟିକା ସଙ୍ଘ ପକ୍ଷରୁ ଧୂପକାଠି ମଧ୍ୟ ତିଆରି କରି ସ୍ୱାବଲମ୍ବୀ ହୋଇପାରୁଛନ୍ତି l ମାଠପଡାରେ ସ୍ଥାପିତ ଏହି ବାଉଁଶ ପ୍ରକ୍ରିୟାକରଣ ପ୍ରକଳ୍ପ ସମଗ୍ର ଓଡ଼ିଶାରେ ପ୍ରଥମ ବୋଲି ଜଣାପଡିଛି | ଉପଯୋଗିତା ଅନୁସାରେ ବାଉଁଶକୁ ଚିହ୍ନିବାଠାରୁ ଆରମ୍ଭ କରି ଭିନ୍ନଭିନ୍ନ ରୂପ ଦେବା ଯାଏଁ ଉନ୍ନତ ଜ୍ଞାନ କୌଶଳର ପ୍ରଶିକ୍ଷଣ ଦେବାପାଇଁ ଆସାମରୁ ସୁଦକ୍ଷ କୁଶଳୀ କାରିଗରଙ୍କୁ ଏଠାକୁ ଅଣାଯାଇ ଧଳପୁର ବନ ସଂରକ୍ଷଣ ସମିତିର ସଦସ୍ୟଙ୍କ ସହ ଉକ୍ତ ଅଂଚଳର ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା lଏବେ ଉକ୍ତ ସମିତିର ପ୍ରଶିକ୍ଷକ ଯୁବକ ମାନେ ପାରମ୍ପରିକ ନିର୍ମାଣ ଶୈଳୀକୁ ଆଧୁନିକତାର ସ୍ପର୍ଶ ଦେଇ ବାଉଁଶରେ ଖୁବ୍ ସୁନ୍ଦର ସୌଖିନ ସାମଗ୍ରୀ ତିଆରି କରୁଛନ୍ତି |କିଛିଦିନ ତଳେ ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ପରବ ଉପଲକ୍ଷେ କୋରାପୁଟଠାରେ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଥିଲା |ସେଠାରେ ଏହି ସୁନ୍ଦର ସୁନ୍ଦର ବାଉଁଶ ସାମଗ୍ରୀର ଚାହିଦା ଅଧିକ ହେତୁ ବିକ୍ରି ମଧ୍ୟ୍ୟ ଅଧିକ ହୋଇଥିବର ଧଳପୁର ବନ ସଂରକ୍ଷଣ ସମିତିର ସଭାପତି ଚନ୍ଦ୍ର ଶେଖର ରଥ ପ୍ରକାଶ କରିଛନ୍ତି l ସେହିପରି ବୈପାରୀଗୁଡ଼ା ବନାଞ୍ଚଳ ଅଧିକାରୀ ଦିବ୍ୟମାଧୁରୀ ସେଠି କହିଛନ୍ତି ଯେ, ଅଗାମି ଦିନରେ ଧଳପୁର ସମିତି ପରି ଅନ୍ୟ ବନ ସଂରକ୍ଷଣ ସମିତି ଗୁଡାକୁ ମଧ୍ୟ୍ୟ ସରକାରୀ ସହାୟତା ଦିଆଯିବ l ବନପାଳ ଗୋପାଳ ପାଣିଗ୍ରାହୀ ସମିତିକୁ ପୂର୍ଣ୍ଣ ସହଯୋଗ କରୁଥିବା ଜଣାପଡିଛି l
ରିପୋର୍ଟ – ସରୋଜ କୁମାର ଲେଙ୍କା ।