Wednesday, November 11, 2026
Home ଆଞ୍ଚଳିକ ରାଳବ ଗ୍ରାମର ହରିଜନ ସାହି ବିଜୁଳି ବତୀ ନାହିଁ ନଥିବା ଅସୁବିଧା : ସ୍ୱାଧୀନତାର ସତୁରୀ...

ରାଳବ ଗ୍ରାମର ହରିଜନ ସାହି ବିଜୁଳି ବତୀ ନାହିଁ ନଥିବା ଅସୁବିଧା : ସ୍ୱାଧୀନତାର ସତୁରୀ ଦଶକ ପରେ ମଧ୍ୟ

118

ହିଂଜିଳିକାଟୁ ୨୨/୦୩ (ଜିଲ୍ଲା ଖବର) : ହିଞ୍ଜିଳିକାଟୁ ବ୍ଲକ ରାଳବ ଗ୍ରାମର ହରିଜନ ସାହି ପ୍ରତି ଏତେ ଅବହେଳା କାହିଁକି । ଗାଁର ସମସ୍ତ ମୁଖ୍ୟ ସାହିରେ ବର୍ଷ ତମାମ ବିଜୁଳି ବତୀ ଜଳୁଥିଲା ବେଳେ ଏହି ସାହିଟି କିନ୍ତୁ ସେଥିରୁ ବାଦ ପଡୁଛି । ଗାଁର ସରପଞ୍ଚକୁ ସାହିର ଲୋକମାନେ ବାରମ୍ବାର ଅଭିଯୋଗ କଲାପରେବି ସରପଞ୍ଚ ସ୍ପଷ୍ଟ ଭାବେ ଉତ୍ତର ଦିଅନ୍ତି ଯେ,ମୋ ହାତରେ କିଛି ନାହିଁ, ମୁଁ ଚାହିଁଲେବି କିଛି କରିପାରିବି ନାହିଁ । ମୁଁ କେବଳ ମାତ୍ର ଗୋଟେ ରବର ଷ୍ଟାମ୍ପ ପରି ।” କେବଳ ଏତିକିରେ ସମସ୍ୟା ସରି ଯାଉନି ଯଦି ହରିଜନ ସାହିର କୌଣସି ପିଲା ଗାଁରେ ଟିଉସନ ପଢିବା ପାଇଁ ଯାଉଛନ୍ତି ତେବେ ଜାତିଆଣ ଭାବ ଦେଖାଇ ତାଙ୍କୁ ମନା କରାଯାଉଛି । ଫଳରେ ସାହିର ନିହାତି ଗରିବ ପିଲାଟି ପାଠ ପଢ଼ାର ସୁଯୋଗ ପାଇପାରୁ ନାହିଁ । ଆଜି ଗାଁର ସମସ୍ତ ଲୋକ ଯେଉଁ ପୋଖରୀରେ ଗାଧୋଉଥିବାର ସୁଯୋଗ ପାଇ ପାରୁଛନ୍ତି ସେଥିରୁ ମଧ୍ୟ ହରିଜନ ବ୍ୟକ୍ତିମାନେ ବଞ୍ଚିତ ହୋଇ ରହୁଛନ୍ତି । ଆଜିବି ରୋଷେଇ କରିବା ପାଇଁ ଭଲ ପିଇବା ପାଣିର ଆଶାରେ ଯେତେବେଳେ ଅନ୍ୟ ପାଇପରୁ ପାଣି ଆଣିବାକୁ ଯାଉଛନ୍ତି ସେତେବେଳେ ଅନ୍ୟମାନଙ୍କ ରାଗର ଶିକାର ହେଉଛନ୍ତି । ଏହିଭଳି ଅନେକ ସମସ୍ୟା ଦେଖା ଯାଉଥିବା ସ୍ୱତେ ଏହି ହରିଜନ ସାହିର ଅନେକ ପୁଅ ଝିଅ ଆଜି ରାଜ୍ୟ ତଥା ଦେଶର ଅନେକ ଖ୍ୟାତନାମା ଶିକ୍ଷାନୁଷ୍ଠାନରେ ଶିକ୍ଷାଲାଭ କରି ନିଜକୁ ସ୍ୱାବଲମ୍ବୀ ଏବଂ ସ୍ୱାଭିମାନ ହେବାରେ ଲାଗିଛନ୍ତି । କେବଳ ଦେଶର ଜଣେ ଜଣେ ନାଗରିକ ଭାବେ ନିଜର ମୌଳିକ ତଥା ନ୍ୟାର୍ଯ୍ୟ ଦାବି ମିଳିବା ଅଭାବରୁ ସେମାନେ ଆଜି ବ୍ୟଥିତ ଆଉ ଚିନ୍ତିତ ଅଟନ୍ତି । ସର୍ବ ଶେଷରେ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ସେମାନେ ତାଙ୍କ ମୌଳିକ ଦାବି ଜଣାଇବେ ବୋଲି ଯାହା ଖାଲି ଅପେକ୍ଷାରେ ଅଛନ୍ତି ।