Home ଆଞ୍ଚଳିକ ଖରା ଦିନେ ଦହି, କାକୁଡ଼ି ଏବଂ ତରଭୁଜ ଖାଇବାର ମଜା କିଛି ନିଆରା ।

ଖରା ଦିନେ ଦହି, କାକୁଡ଼ି ଏବଂ ତରଭୁଜ ଖାଇବାର ମଜା କିଛି ନିଆରା ।

28

ବୈପାରିଗୁଡା ୨୨/୦୩ (ଜିଲ୍ଲା ଖବର) : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଟାଛକ ଠାରେ ଖରା ଦିନରେ ଦହି, କାକୁଡ଼ି ଏବଂ ତରଭୁଜ ଖାଇବାର ମଜା କିଛି ନିଆରା ।ପ୍ରଚଣ୍ଡ ତାତି ସାଙ୍ଗକୁ ତାପମାତ୍ରା ଦିନକୁ ଦିନ ବଢୁଥିବା ବେଳେ ଦିନ ୧୦ଟା ରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି ।ପ୍ରଚଣ୍ଡ ତାତିରୁ ରକ୍ଷା ପାଇବା ପାଇଁ କିମ୍ବା ପେଟକୁ ଥଣ୍ଡା କରିବା ପାଇଁ ଲୋକମାନେ ଦହି, କାକୁଡ଼ି ଏବଂ ତରଭୁଜ ଖାଇବାକୁ କୋଟାଛକ ଠାରେ ଭିଡ଼ ଜମାଇଥାଆନ୍ତି ।ପିଲା ଠାରୁ ଆରମ୍ଭ କରି ବୃଦ୍ଧମାନେ ମଧ୍ୟ ଏହି ଖରା ଦିନରେ ଦହି, କାକୁଡ଼ି ଏବଂ ତରଭୁଜ ଖାଇବାର ମଜା ଉଠାଇ ଥାଆନ୍ତି ।ଏମିତି କି ଏହି ଖରା ଦିନରେ ଧନୀ ଏବଂ ଗରିବଙ୍କ ପସନ୍ଦ ପାଲଟିଛି ଦହି, କାକୁଡ଼ି ଏବଂ ତରଭୁଜ ।କିଏ ଖରା ଦିନରେ ଦହି, କାକୁଡ଼ି ଏବଂ ତରଭୁଜ ଖାଇ ମଜା ଉଠାଉଥିବା ବେଳେ ଆଉ କିଏ ଏହାକୁ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।