
ବୈପାରିଗୁଡା୨୨/୦୩(ଜିଲ୍ଲା ଖବର) : ମହାମାରୀ କରୋନାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଜନତା କର୍ଫୁକୁ ବୈପାରିଗୁଡାର ସମସ୍ତ ବର୍ଗର ଲୋକମାନେ ସମର୍ଥନ କରିବା ସହିତ ଦୋକାନବଜାର ବନ୍ଦ ରଖିଥିବା ବେଳେ ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ସମସ୍ତ ଘରୋଇ ଓ ସରକାରୀ ବସ୍ ମଧ୍ୟ ଚଳାଚଳ ବନ୍ଦ ରହିଥିଲା ।ଏପରିକି ମହାମାରୀ କରୋନା ଦୂରିଭୁତ ପାଇଁ ସାରା ବିଶ୍ୱବାସୀଙ୍କ ମଙ୍ଗଳକାମନା କରି ମନ୍ଦିରର ସେବାୟତମାନେ ଜଳାଭିଷେକ କରିବା ସହିତ ଦୀପ ପ୍ରଜ୍ୱଳନ କରିଥିଲେ ।ତାହାସହ ସଂଧ୍ୟ୍ୟା ପାଞ୍ଚଟାରେ ବୈପାରିଗୁଡା ସମେତ ଆଖପାଖ ଗ୍ରାମର ଲୋକମାନେ ଘଣ୍ଟ-କିର୍ତ୍ତନ-ଶଙ୍ଖ ବଜାଇବା ସହିତ ହୁଳହୁଳି ଓ ହରିବୋଲ ପକାଇଥିଲେ ।ବୈପାରିଗୁଡାର ଜନସାଧାରଣ କହିବା ଅନୁଯାୟୀ ଏପରି ମହାମାରୀ କେବେ ଦେଖା ଦେଇନଥିଲା ଏହା ଇତିହାସର ପ୍ରଥମ ଘଟଣା ବୋଲି ପ୍ରକାଶ କରିଛନ୍ତି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।



