Friday, November 13, 2026
Home ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ କୋରୋନା ପ୍ରତିକାର ପାଇଁ ଜନସଚେତନା କାର୍ଯ୍ୟକ୍ରମ

ବରିଷ୍ଠ ନାଗରିକ ମଞ୍ଚ ତରଫରୁ କୋରୋନା ପ୍ରତିକାର ପାଇଁ ଜନସଚେତନା କାର୍ଯ୍ୟକ୍ରମ

168

ଛତ୍ରପୁର ୨୦/୦୩,(ଜିଲ୍ଲା ଖବର) : ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଗ୍ରାମରେ କୋରୋନା ମହାମାରୀ ସଂପର୍କରେ ଜନ ସଚେତନତା ସୃଷ୍ଟିପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ଏଇ ଜନ ସଚେତନତା କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ମଧ୍ୟରେ କୋରୋନା ସମ୍ପର୍କରେ କାର୍ଯ୍ୟକର୍ତ୍ତାମାନେ ଆଲୋଚନା କରିଥିଲେ।ମଞ୍ଚର ସଂଯୋଜକ ରୋଟାରିଆନ୍ କାମରାଜୁ ମହାରଣା କୋରୋନା ଉତ୍ପତିର କାରଣ,ନିରାକରଣ ତଥା ସତର୍କତା ଉପରେ ସଭ୍ୟ ତଥା ଗ୍ରାମ ବାସୀଙ୍କୁ ଧାରଣା ଦେଇଥିଲେ।ବିଶେଷ କରି କେରଳ ତଥା ଅନ୍ୟାନ୍ୟ ରାଜ୍ୟରୁ ଆସୁଥିବା ଶ୍ରମିକ ମାନଙ୍କ ପ୍ରତି ତିକ୍ଷ୍ଣ ଦୃଷ୍ଟି ରଖିବା ପାଇଁ ପରାମର୍ଶ ଦେଇଥିଲେ।ରୋଟାରୀ କ୍ଳବ ବ୍ରହ୍ମପୁର ଇଷ୍ଟ ଆନୁକୂଲ୍ୟରେ ଯୋଗାଇ ଦିଆଯାଇଥିବା କୋରୋନା ସଂପର୍କୀୟ ପ୍ରଚାରପତ୍ରକୁ ଗ୍ରାମବାସୀଙ୍କ ମଧ୍ୟରେ ବିତରଣ କରାଯାଇଥିଲା।ସୁଲଭ ଦରରେ ମାକ୍ସ ମଧ୍ୟ ଗ୍ରାମବାସୀଙ୍କୁ ବଣ୍ଟନjb କରାଯାଇଥିଲା।ଏଇ କାର୍ଯ୍ୟକ୍ରମକୁ ମଞ୍ଚର ସଂପାଦକ ବାଉରୀବନ୍ଧୁ ସାହୁ,କୋଷାଧ୍ୟକ୍ଷ ଜଟେଶ୍ବର ପ୍ରଧାନ,ଯୁଗ୍ମ-ସଂପାଦକ ଗୋପାଳ ଚନ୍ଦ୍ର ମହାରଣା ପ୍ରମୁଖ ପିଚାଳନା କରିଥିଲେ।ଗାଁ ସଭାପତି କୋରା ମହାରଣା,ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,ଆତ୍ମସୁରକ୍ଷା ଉପରେ ଉପସ୍ଥିତ ଗ୍ରମବାସୀଙ୍କୁ ସଚେତନ କରାଇଥିଲେ।ଗ୍ରାମର ଅଙ୍ଗନବାଡି ସହାୟିକା ପୁଷ୍ପାଞ୍ଜଳୀ ପ୍ରଧାନ,ଲିଲି ସାହୁଓ ବାସନ୍ତି ପ୍ରଧାନ ଏଇ ସଚେତନତା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।ସ୍ବେଛାସେବୀ ଶ୍ରୀକାନ୍ତ କୁମାର ସାହୁ ଉପସ୍ଥିତ ମହିଳା ମାନଙ୍କୁ ହାତଧୂଆ କୌଶଳ ପ୍ରଦର୍ଶନ କରିଥିଲେ।