Friday, November 13, 2026
Home ଆଞ୍ଚଳିକ ବିଦ୍ୟୁତ୍ ବିଭାଗର ଚରମ ଅବହେଳା ଧନଜୀବନ କ୍ଷତିର ଆଶଙ୍କା

ବିଦ୍ୟୁତ୍ ବିଭାଗର ଚରମ ଅବହେଳା ଧନଜୀବନ କ୍ଷତିର ଆଶଙ୍କା

85

ବ୍ରହ୍ମପୁର,୨୦/୦୩ (ଜିଲ୍ଲା ଖବର): ବ୍ରହ୍ମପୁର ପୌର ବିଦ୍ୟୁତ୍ ସେକ୍ସନ୍ ୨ର ହରଡାଖଣ୍ଡି ରୋଡର୍ ଏକ ଜନ ବସତି ଗତ ଦୁଇଦିନ ଧରି ୧୧ କେ.ଭି ର ଏକ ବିଦ୍ୟୁତ୍ ତାର କ୍ରମାଗତ ଭାବେ ସ୍ପାର୍କିଙ୍ଗ ହେଉଥିବା ଯୋଗୁଁ ବିଦ୍ୟୁତ୍ ଉପଭୋକ୍ତାଙ୍କ ଗୃହ ସଂଯୋଗ ଗୁଡିକ ମଧ୍ୟ ଧପଧପ ହେଉଛି । ଯାହାକି ବିଦ୍ୟୁତ ସରଞ୍ଜାମ ଗୁଡିକ ନଷ୍ଟ ହେବା କିମ୍ବା ସର୍ଟସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିବା ଆଶଙ୍କା ପ୍ରକାଶ ପାଉଛି । ତେବେ ଏନେଇ ବିଦ୍ୟୁତ୍ ବିଭାଗର କୌଣସି କର୍ମକର୍ତ୍ତା ଏହାକୁ ଗୁରୁତ୍ଵ ଦେଉନଥିବା ସାଧାରଣରେ ଅଭିଯୋଗ ହେଉଛି ।
ରିପୋର୍ଟ ବିଜୟ କୁମାର ଗୌଡ