Thursday, October 15, 2026
Home ଅପରାଧ ଫାଶୀ ଖୁଣ୍ଟରେ ଝୁଲିଲେ ନିର୍ଭୟା ହତ୍ୟାକାଣ୍ଡର ୪ ଦୋଷୀ

ଫାଶୀ ଖୁଣ୍ଟରେ ଝୁଲିଲେ ନିର୍ଭୟା ହତ୍ୟାକାଣ୍ଡର ୪ ଦୋଷୀ

195

ନୂଆଦିଲ୍ଲୀ , ବ୍ୟୁରୋ (ଜିଲ୍ଲା ଖବର) ଫାଶୀ ଖୁଣ୍ଟରେ ଝୁଲିଲେ ନିର୍ଭୟା ହତ୍ୟାକାଣ୍ଡର ୪ ଦୋଷୀ।ବହୁ ପ୍ରତିକ୍ଷିତ ନିର୍ଭୟା ହତ୍ୟାକାଣ୍ଡର ୪ ଅଭିଯୁକ୍ତଙ୍କୁ ଆଜି ସକାଳ ୫ଟା ୩୦ମିନଣ୍ଟ୍ ରେ ଫାଶୀ ଦିଆଯାଇଛି। ଫଳରେ ଦେଶର ଆଇନ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବଢିଛି।ଦୀର୍ଘ ୭ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ସତ୍ୟ ଓ ନ୍ୟାୟଵିଜୟ ହୋଇଛି ବୋଲି ନିର୍ଭୟାର ବାପା କହିଛନ୍ତି। ବହୁତ ସଂଘର୍ଷ ପରେ ନ୍ୟାୟ ମିଳଥିବାରୁ ସେ ଆତ୍ମସନ୍ତୋଷ ଲାଭ କରିଥିବା ଜଣାପଡିଛି। ବାରମ୍ଵାର ବିଭିନ୍ନ ଆଇନର ଆଳ ଦେଖାଇ ଫଶୀଦଣ୍ଡକୁ ଘୁଞ୍ଚାଇବା ଦ୍ଵାରା ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ଆସ୍ଥା କମିବାରେ ଲାଗିଥିଲା କିନ୍ତୁ ଡେରିରେ ହେଲେବି ନ୍ୟାୟ ମିଳିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ଦୋଷୀ ଅଖିଳେଶ, ପବନ, ବିନୟ ଓ ମୁକେଶ କୁମାର ଉକ୍ତ ୪ଜଣଙ୍କୁ ତିହାର ଜେଲରେ ଦିଆଯାଇଛି ଫାଶୀ। ଶେଷରେ ନିର୍ଭୟାକ ନ୍ୟାୟ ମିଳିଛି ।ଗାଁ ଠାରୁ ଅଧିକ କରି ରାଜ୍ୟ ଦେଶ ଚାରିଆଡ଼େ ଖେଳିଯାଇଛି ଏଇ ଖବର। ବହୁ ପ୍ରତିକ୍ଷିତ ଉକ୍ତ ଦିନଟିକୁ ଚାହିଁ ରହିଥିଲେ ଦେଶବାସୀ।