
ବ୍ରହ୍ମପୁର୨୦/୦୩(ଜିଲ୍ଲା ଖବର) : କୋରନା କୁ ନେଇ ଏଵେଆମ ରାଜ୍ୟ ପୁରା ଆତଙ୍କିତ ହୋଇପଡିଥିବା ବେଳେ ଗଂଜାମ ଜିଲ୍ଲା ରେ କୋରୋନା ଭାଇରସ କୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକା ର ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷ କରି ଏହି ଭାଇରସ ରୁ ମୁକ୍ତ ପାଇବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଂଜିଳିକାଟୁ ବ୍ଳକର ବିଭିନ୍ନ ପଞ୍ଚାୟତ ର ଗାଁକୁ ଗାଁ ଯାଇ ଲୋକଙ୍କୁ ସଚେତନତା କରିବା ସହ ହାତ ଧୋଇବା ପ୍ରଣାଳୀ, ଘର ରୁ ନ ବାହାରିବା ଓ ମାକ୍ସ ବ୍ୟବହାର କରିବାପାଇଁ କହିଥିଲେ । ଯାଦ୍ଵାରା କି ନିଜେ ସଚେତନ ରହିବା ସହ ଅନ୍ୟମାନଙ୍କୁ ସଚେତନତା କରାଯାଇପାରିଲେ ଏହି ମହାମାରୀ ରୋଗକୁ ମୁକ୍ତି ପାଇ ପାରିବା ବୋଲି ସେ ପରାମର୍ଶ ଦେଇଛନ୍ତି ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।



