Sunday, October 11, 2026
Home ଆଞ୍ଚଳିକ କୋରୋନା ପାଇଁ ସଚେତନତା କଲେ ଗୋଷ୍ଟି ଉନ୍ନୟନ ଅଧିକାରୀ

କୋରୋନା ପାଇଁ ସଚେତନତା କଲେ ଗୋଷ୍ଟି ଉନ୍ନୟନ ଅଧିକାରୀ

85

ହିଞ୍ଜିଳିକାଟୁ୧୯/୦୩/(ଜିଲ୍ଲା ଖବର) : ସାରା ବିଶ୍ବରେ କୋରୋନା ଭାଇରସ ମହାମାରୀ ରୂପେ ଧୀରେ ଧୀରେ କାୟା ବିସ୍ତାର କରୁଥିବା ବେଳେ ଏହି ଭାଇରସ ଠାରୁ କିପରି ମୁକ୍ତି ପାଇ ହେବ ସେ ନେଇ ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗ୍ରାମ ପଞ୍ଚାୟତରେ ଏକ ଜନ ସଚେତନତା ସଭା ଆୟୋଜନ କରାଯାଇଥିଲା।ଏଥିରେ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ପ୍ରସନ୍ନ କୁମାର ପାତ୍ର ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ।ଶ୍ରୀଯୁକ୍ତ ପାତ୍ର ଏହି ଭାଇରସ ଠାରୁ କିପରି ମୁକ୍ତି ପାଇବେ ସେନେଇ ଖୁବ ସୁନ୍ଦର ଭାବେ ଏଠାରେ ଉପସ୍ଥିତ ଥିବା ସରପଞ୍ଚ ଗ୍ରାମର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, ଅାସାଦିଦି,ଅଙ୍ଗନୱାଡ଼ି ଦିଦି ଓ ୱାର୍ଡ ମେମ୍ବରଙ୍କୁ ବୁଝାଇ ଥିଲେ।ଏବଂ ସେମାନଙ୍କୁ ଏହା କିପରି ଅଧିକ ମାତ୍ରାରେ ନବ୍ୟାପିବ ସେନେଇ ଘରେ ଘରେ ବୁଲି ସଚେତନତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏବଂ ସାହାଯ୍ୟ ପ୍ରାପ୍ତ ପାଠାଗାରର ଯୁବ ଗୋଷ୍ଟି ମାନଙ୍କୁ ପ୍ରସ୍ତୁତ ରହିବାକୁ କହିଥିଲେ। ଏଥି ସହ ଚାରି ମାସର ଭର୍ତା ଟଙ୍କା ଆଗୁଆ ପଞ୍ଚାୟତ କର୍ମୀ ମାନଙ୍କ ଜରିଆରେ ଘରେ ଘରେ ବୁଲି ଦିଆଯିବ ବୋଲି କହିଥିଲେ।ଏବଂ ଚାଉଳ,ଗହମ ଓ କିରୋସିନି ମଧ୍ୟ ଦେବାକୁ କହିଥିଲେ।