



କନ୍ଧମାଳ, (ସୁରେଶ କୁମାର ପଣ୍ଡା) : ବାଲିଗୁଡା ଏନଏସି ଅଫିସ ସଭାଗୃହ ଠାରେ ପାଳନ କରାଯାଇଥିଲା ପ୍ରଥମେ ନଗର ପରିକ୍ରମା କରାଯାଇ ପିଡବ୍ଲୁଡ଼ି ଛକରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଓ ଜବାହାରଲାଲ ନେହୁରୁଙ୍କୁ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା I
ଏହା ପରେ ସଭାଗୃହରେ ପ୍ରଦୀପ ପ୍ରଜ୍ବଳନ ହୋଇଥିବା ସହ ନଗର ତନୟା ବହିର ଉନ୍ମୋଚନ ମଧ୍ୟ କରାଯାଇଥିଲା ଏହି ଦିବସରେ ମୁଖ୍ୟଅତିଥି ବାଲିଗୁଡା ବିଧାୟକ ଚକ୍ରମଣି କହଁର ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ଅଧକ୍ଷ ମଧୁସୂଦନ ମହାପାତ୍ର,ଏନଏସି ଉପାଧକ୍ଷ ଲୋକନାଥ ପାଢ଼ୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ, ୭ ନମ୍ବର କାଉନ୍ସିଲର ଅର୍ଜୁନ ନାୟକ, ପରିମଳ ଅଧିକାରୀ ରାଜକିଶୋର ସାହୁ ପରିମଳ ସୁପର ଭାଇଜର ଅଭିଷେକ ପ୍ରଧାନ ଉପସ୍ଥିତ ରହି ଥିଲେ I
ଏହି ସଭାକୁ ଏନଏସି ଅଧକ୍ଷା ମମତା ବେହେରା ପରିଚାଳନା କରିଥିଲେ ବନବାସୀ ସ୍କୁଲର ଅନ୍ଧ ମୁକ ବଧିର ଛାତ୍ର ଛାତ୍ରୀ ସଂଗୀତ ପରିବେଷଣ କରାଯିବା ପରେ ବାଲିଗୁଡା ତ୍ରିବେଦୀ ପାର୍କରେ ଟଏ ଟ୍ରେନର ଉଦଘାଟନ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବାଲିଗୁଡା ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ରଞ୍ଜିତ, ଏନଏସି ଅଧକ୍ଷ, ଉପାଧକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ,ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେଶ ଚନ୍ଦ୍ର ଶବର କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ସାହୁଙ୍କ ଯୋଗ ଦେବାପରେ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯିବା ସହ ବନବାସୀ ସେବା ସମିତିରେ କୁନିକୁନି ଛାତ୍ର ଛାତ୍ରୀ ଓ ଜାରାନିବାସରେ ବୃଦ୍ଧାବୃଦ୍ଧିଙ୍କୁ ମଧ୍ୟ ଫଳ ବଣ୍ଟନ କରାଯାଇଥିଲା



