Wednesday, October 14, 2026
Home ଆଞ୍ଚଳିକ ଏକ ମାସର ହରିଣ ଛୁଆ ଉଦ୍ଧାର

ଏକ ମାସର ହରିଣ ଛୁଆ ଉଦ୍ଧାର

88

ବେଲଗୁଣ୍ଠା ୧୭/୩ (ଜିଲ୍ଲା ଖବର) : ଗାଙ୍ଗପୁର କେନ୍ଦ୍ରିୟ ବନାଞ୍ଚଳ ଅନ୍ତର୍ଗତ ବେଲଖିଆ ଘାଇ ଅଞ୍ଚଳକୁ ନିକଟସ୍ଥ ପାଲକଷଣ୍ଢା ଗ୍ରାମର ଗାଇଚରାଳି ଧୋବା ଗୌଡ ଆଜି ସକାଳ ୧୦ ଟା ସମୟରେ ଗାଇଗୋଠ ଧରି ଚରାଇବା ପାଇଁ ଯାଇଥିଲେ ।ଅପରାହ୍ନ ୩ ଘଣ୍ଟା ସମୟରେ ବେଲଖିଆ ଘାଇ ନିକଟରୁ ଗାଇଗୋଠ ଧରି ଗାଁ ନିକଟସ୍ଥ ଏକ ତୋଟାକୁ ଆସିଥିଲେ ।ଗାଇଗୋଠ ମଧ୍ୟରେ ଜଙ୍ଗଲରୁ ପ୍ରାୟ ୨୫ ରୁ ୩୦ ଦିନ ମଧ୍ୟରେ ଜନ୍ମିତ ଏକ ହରିଣ ଛୁଆ ବି ଆସିଥିବା ଦେଖିବା ପରେ ଧୋବା ଗ୍ରାମବାସୀ ଙ୍କ ସହାୟତା ରେ ଗାଙ୍ଗପୁର ବନପାଳଙ୍କୁ ଖବର ଦେଇଥିଲେ ।ଖବର ପାଇ ଗାଙ୍ଗପୁର ବନପାଳ ଜି.ଭେଙ୍କଟରାଓ ଦୋରା,ବନରକ୍ଷୀ ମଦନମୋହନ ରାଓ,ସ୍କୁଆଡ୍ ଶିବ ବିଷୋୟୀ ଓ ଉତ୍ତମ ପ୍ରଧାନ ଯାଇ ଗ୍ରାମରୁ ହରିଣ ଛୁଆ କୁ ଉଦ୍ଧାର କରିଥିଲେ ।ଗାଙ୍ଗପୁର ବନପାଳ କାର୍ଯ୍ୟାଳୟ ରେ କିଛି ଦିନ ତାର ଲାଳନପାଳନ କରିବା ପରେ ତାକୁ ନନ୍ଦନକାନନ ଛଡାଯିବ ବୋଲି ବନପାଳ।ଶ୍ରୀ ଦୋରା ପ୍ରକାଶ କରିଛନ୍ତି ।
ରିପୋର୍ଟ ଶିବରାମ ଚୌଧୁରୀ