Monday, October 19, 2026
Home ଆଞ୍ଚଳିକ ଚଢା ଦରରେ ବିକ୍ରି ହେଉଛି ମାସ୍କ – ସରକାର ସୁଲଭ ଦରରେ ଯୋଗାଇବାକୁ ଦାବୀ

ଚଢା ଦରରେ ବିକ୍ରି ହେଉଛି ମାସ୍କ – ସରକାର ସୁଲଭ ଦରରେ ଯୋଗାଇବାକୁ ଦାବୀ

18
Image: theguardian (Representational purpose)

ବୁଗୁଡା ୧୭/୦୩(ଜିଲ୍ଲା ଖବର) : କରୋନା ମହାମାରୀ ଆମ ଦେଶରେ ଦେଖା ଦେଲାପରେ ଯେତିକି ଭୟ ଥିଲା ବର୍ତ୍ତମାନ ଓଡ଼ିଶାରେ ଜଣେ ବ୍ୟକ୍ତିଙ୍କ ପଜିଟିଭ ବାହାରିଲା ପରେ ଜନସାଧାରଣଙ୍କ ମଧ୍ୟରେ କକୁଆ ଭୟ ସୃଷ୍ଟି ହୋଇଛି। ଏହି ମହମାରିରୁ ମୁକ୍ତି ପାଇଁ ଲୋକମାନଙ୍କୁ ଆବଶ୍ୟକ ପଡୁଛି ମାସ୍କ ଓ ହ୍ୟାଣ୍ଡ ୱାସ । ଲୋକମାନଙ୍କ ଜରୁରୀ ଆବଶ୍ୟକତାକୁ ଆଧାର କରି ଅସାଧୁ ବ୍ୟବସାୟୀମାନେ ମାସ୍କ ଗୁଡିକୁ ଚଢା ଦାମରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ମାସ୍କର ଦାମ ୨.୮୦ ଟଙ୍କା ଛପା ଥିବା ବେଳେ ତାହାଠାରୁ ଯଥେଷ୍ଟ ଅଧିକ ଦାମରେ ବିକ୍ରି ହେଉଥିବା ଶୁଣିବାକୁ ମିଳୁଛି। କେତକ ବ୍ୟବସାୟୀ ୨ ଅଙ୍କକୁ ଲିଭାଇ ୮୦ ଟଙ୍କାରେ ବିକୁଥିବା ମଧ୍ୟ ଅଭିଯୋଗ ହେଉଛି।କେତକ ଲୁଗା ଓ ପୋଷାକ ବେପାରୀ ନୋଜେ ମାସ୍କ ନିର୍ମାଣ କରି ଅଧିକା ଦାମରେ ବିକ୍ରି କରୁଥିବା ଦେଖାଦେଇଛି। ହ୍ୟାଣ୍ଡ ୱାସ ମଧ୍ୟ ବୁଗୁଡା ବଜାରରୁ ଉଭାନ ହୋଇଯାଇଛି।ଏହି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ସୁଲଭ ଦରରେ ପଞ୍ଚାୟତ ଓ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି।
ରିପୋର୍ଟ କୁମୁଦ ଚନ୍ଦ୍ର ବେହେରା