Tuesday, October 20, 2026
Home ଜାତୀୟ ‘ଜାତିର ପିତା’ ବଙ୍ଗବନ୍ଧୁ, ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀରେ ଭିଡିଓ ବାର୍ତ୍ତା ଜରିଆରେ ଯୋଗଦେବେ...

‘ଜାତିର ପିତା’ ବଙ୍ଗବନ୍ଧୁ, ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀରେ ଭିଡିଓ ବାର୍ତ୍ତା ଜରିଆରେ ଯୋଗଦେବେ ପ୍ରଧାନମନ୍ତ୍ରୀ

25

ନୂଆଦିଲ୍ଲୀ, ୧୬/୦୩ (ପିଆଇବି) : ବାଂଲାଦେଶରେ ଆୟୋଜିତ ହେଉଥିବା ‘ଜାତିର ପିତା’ ବଙ୍ଗବନ୍ଧୁ, ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଯୋଗଦେବେ ।

କୋଭିଡ-୧୯ କାରଣରୁ, ମାର୍ଚ୍ଚ ୧୭ରେ ବାଂଲାଦେଶରେ ହେବାକୁ ଥିବା ଏହି କାର୍ୟ୍ୟକ୍ରମକୁ ବିନା ଜନସମାବେଶରେ ଆୟୋଜନ କରାଯିବ ।