Home Uncategorized କରୋନା ଭୟ : ବି କରଡ଼ାବାଡି ସରପଞ୍ଚ ନିର୍ବାଚନ ଅନର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ

କରୋନା ଭୟ : ବି କରଡ଼ାବାଡି ସରପଞ୍ଚ ନିର୍ବାଚନ ଅନର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ

15

ବୁଗୁଡା ୧୬/୦୩ (ଜିଲ୍ଲା ଖବର) : ମହାମାରୀ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ମାର୍ଚ୍ଚ ୨୦ ତାରିଖରେ ହେବାକୁ ଥିବା ବୁଗୁଡା ବ୍ଲକର ବି କରଡ଼ାବାଡ଼ି ପଞ୍ଚାୟତ ସରପଞ୍ଚ ନିର୍ବାଚନ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ହୋଇଥିବା ଜଣାପଡିଛି। ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନଙ୍କ ପତ୍ରାଙ୍କ Ele – GP – 2/2020 – 850 , Dt.16.3.2020 ପ୍ରକାରେ ରାଜ୍ୟର ସମସ୍ତ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ବନ୍ଦ ପାଇଁ ନିର୍ଦ୍ଦେଶ କ୍ରମେ ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତ ସରପଞ୍ଚ ନିର୍ବାଚନ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରହିବା ବିଷୟ ବୁଗୁଡା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ଆସନ୍ତା ମାର୍ଚ୍ଚ ୨୦ ତାରିଖରେ ଏହି ସରପଞ୍ଚ ନିର୍ବାଚନ ପାଇଁ ଭୋଟ ଗ୍ରହଣ ପାଇଁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ମହାମାରୀ କରୋନା ପାଇଁ ୧୪୪ ଧାରା ଜାରି ହୋଇଥିବା ବେଳେ ଏବଂ ଭୋଟ ଦାନ ସମୟରେ ବହୁ ଜନସମାଗମ ହେବା ନିଶ୍ଚିତ ଥିବା ଯୋଗୁଁ କରୋନା ସଂକ୍ରମଣ ଭୟ ଥିବା ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ପତ୍ରରେ ଦର୍ଶାଇଛନ୍ତି।
ରିପୋର୍ଟ କୁମୁଦ ଚନ୍ଦ୍ର ବେହେରା