
ହିଞ୍ଜିଳିକାଟୁ ୧୫/୦୩/(ଜିଲ୍ଲା ଖବର) : ବର୍ତ୍ତମାନ ମହାମାରୀର ଭୟଙ୍କର ରୁପ ନେଇଥିବା କୋରାନା ରୋଗ ସାରା ଦେଶରେ ବ୍ୟାପିବାରେ ଲାଗିଛି।ଏଣୁ ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗ୍ରାମରେ ବିଜୟାନନ୍ଦ ପାଠାଗାର ଦ୍ଵାରା ଏକ ଜନସଚେତନ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା।ଏହାକୁ ଗ୍ରାମର ଶ୍ରୀଯୁକ୍ତ ଗନ୍ତାୟତ ଦଳେଇ ପତକା ଦେଖାଇ ଶୁଭାରମ୍ଭ କରିଥିଲେ।ଏଥିରେ ୫୦ରୁ ଅଧିକ ଯୁବକ ଯୋଗ ଦେଇଥିଲେ। ଏହା ସକାଳ ୮:୩୦ସମୟରେ ବିଜୟାନନ୍ଦ ପାଠାଗାର ଠାରୁ ବାହାରି ଗ୍ରାମର ସମସ୍ତ ସାହିରେ ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନତା କରିବା ପରେ ସୀକିରି ଓ ହିଞ୍ଜିଳି ଦେଇ କାଟୁ ସ୍ତିତ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ପହଞ୍ଚି ଥିଲେ।ସେଠାରେ ତ୍ରିରଙ୍ଗା ସେବା ସଂଘ ର ସଦସ୍ୟ ମାନେ ମଧ୍ୟ ଉକ୍ତ ରାଲିରେ ଯୋଗ ଦେଇ ଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ନୀଳ ଭଉଳ, ପପୁନ ପରିଡ଼ା,ଜଗତ ଦଳାଇ ଓ ମନୋଜ ପଟ୍ଟନାୟକଏବଂ ଅଜିତ ନାୟକ ପରିଚାଳନା କରିଥିଲେ।
ଶେଷରେ ପାଠାଗାରର ସଭାପତି ଶ୍ରୀଯୁକ୍ତ ବାଲାଜୀ ଦଳାଇ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।



