
ମୁନିଗୁଡା ୧୫/୦୩(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଭାତପୁର ପଂଚାୟତରେ ଥିବା ପଲ୍ଲୀଗାଁ ପୁଟୁପଦରରେ ବାସ କରନ୍ତି ବିଶ୍ଵାମିତ୍ର ଭୋଇଙ୍କ ପରିବାର।ବିଶ୍ଵାମିତ୍ର,ତାଙ୍କ ସ୍ତ୍ରୀ ବିଶାଖା ଆଉ ଦୀର୍ଘ ୩ ବର୍ଷ ହେବ ଜୀବନ ଯନ୍ତ୍ରଣାକୁ ନେଇ ମରଣ ସହ ଜୁଝୁଥିବା ୯ ବର୍ଷର ଏକମାତ୍ର ଝିଅ ମିନାକ୍ଷୀ।ସୂଚନା ଅନୁଯାୟୀ ମିନାକ୍ଷୀ ତିନି ବର୍ଷ ପୂର୍ବେ ଦ୍ବିତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ କୌଣସି କାରଣରୁ ଜ୍ୱରରେ ଆକ୍ରାନ୍ତ ହୋଇଥିଲା।ବାପାମାଆ ମିଶି ଝିଅକୁ ମେଡିକାଲ ନେଇ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରାଇଥିଲେ,ହେଲେ ଜ୍ୱର ଭଲ ହେଲାନାହିଁ।ଅନ୍ୟ ଉପାୟ ନପାଇ ବିଶ୍ଵାମିତ୍ର ଝିଅକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ସେସମୟର ମୁଖ୍ୟ ଚିକିତ୍ସକ ଡ଼.ମିଶ୍ରଙ୍କ ପାଖରେ ତିନିଦିନ ଧରି ରହି ଚିକିତ୍ସା କରାଇଥିଲା।ଜ୍ୱର ଭଲହେବା ପରିବର୍ତ୍ତେ ଅସ୍ୱାଭାବିକ ଭାବେ ଝିଅ ମିନାକ୍ଷୀର ଗୋଡାହାତ ବଙ୍କାଟଙ୍କା ହୋଇଗଲା।ମୁହଁ ବାଙ୍କୀଗଲା।ଭୟବିତ ବାପାମାଆ ଡାକ୍ତରଙ୍କ ପରାମର୍ଶକ୍ରମେ ଝିଅକୁ ନେଇ ବ୍ରହ୍ମପୁର ବଡ ମେଡିକାଲ ଗଲେ।କୁଲି ବୁତ୍ତିକଲେ ଘରେ ଚୁଲି ଜଳୁଥିବା ସଂସାରରେ ଆର୍ଥିକ ଅନାଟନ ସାଙ୍ଗକୁ ଏକମାତ୍ର ଅଲିଅଳି ଝିଅର ଏପରି ଅବସ୍ଥା ସେମାନଙ୍କୁ ଅସ୍ଥିର କରି ଦେଉଥିଲା।ଧାର କରଜରେ ବ୍ରହ୍ମପୁର ବଡ ମେଡିକାଲରେ ଦୀର୍ଘ 18ଦିନ ମରଣ ସହ ସଂଗ୍ରାମ କରି କରି ମିନାକ୍ଷୀ ସମ୍ପୂର୍ଣ ଅଚଳ ହୋଇଗଲା।କଥା କହିବାର ଶକ୍ତି ହରେଇବା ସହ ହାତଗୋଡ ନିସ୍ତେଜ ହୋଇଗଲା।ଜ୍ଵରର ପ୍ରକୋପରେ 11ଦିନ ପରେ ଝିଅର ହୋସ ଆସିଥିଲା।ଭଗବାନ ବିଶ୍ଵାମିତ୍ରର ଝିଅକୁ ସ୍ବାସ ପ୍ରଶ୍ୱାସ ଫେରେଇ ଦେଇ ତା ସର୍ବାଙ୍ଗକୁ ଯେପରି ଅଚଳ କରିଦେଇଥିଲେ ।ଝିଅଟି ସବୁ ସମୟରେ ପାଟି ମେଲାକରି ରହୁଛି।ଯେମିତି ଅନେକ କିଛି ଅକୁହା କଥା ତା ମନ ମଧ୍ୟରେ ରୋକି ହୋଇ ରହି ଯାଇଛି,ସେ କହିବା ପାଇଁ ଅହରହ ଉଦ୍ୟମ କରୁଛି।ପିଲାଟିକୁ ଦେଖିଲେ ଯେ କୌଣସି ବ୍ୟକ୍ତିକୁ ଭାରି କଷ୍ଟ ଲାଗିବ।ଝିଅଟିକୁ ଜନ୍ମ ଦେଲେ କେହିକେହି ବାପାମାଆ ଦୁଃଖ ଅନୁଭବ କରିଥାନ୍ତି ହେଲେ ଭୋଇ ଦମ୍ପତିଙ୍କ ପାଇଁ ତାଙ୍କ ଝିଅର ଜନ୍ମ ଲକ୍ଷ୍ମୀ ଆଗମନ ସଦୃଶ ଥିଲା ବୋଲି କାନ୍ଦକାନ୍ଦ ହୋଇ ବାପାମାଆ କୁହନ୍ତି। ଝିଅର ଉତ୍ତମ ଚିକିତ୍ସା ପାଇଁ ବିଶ୍ୱାମିତ୍ରର ସ୍ତ୍ରୀ ବିଷମକଟକ ବ୍ଲକ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଟରେ ଦେଖାକରି ଗୁହାରି କରନ୍ତେ ଜିଲ୍ଲାପାଳ ମହୋଦୟ ସେସମୟର 10 ହଜାର ଟଙ୍କା ଚିଫ ମିନିଷ୍ଟରଙ୍କ ରିଲିଫ ଫଣ୍ଡରୁ ଚେକ ମାଧ୍ୟମରେ ପ୍ରଦାନ କରିଥିଲେ।ହେଲେ ତାହା ଝିଅର ଆରୋଗ୍ୟ ପାଇଁ ପଯ୍ୟାପ୍ତ ହେଲାନାହିଁ।ଏଥିପାଇଁ ବିଭିନ୍ନ ପରୀକ୍ଷ୍ୟା ନିରୀକ୍ଷାର ଆବଶ୍ୟକ ସହ ଅଭିଜ୍ଞ ଚିକିତ୍ସକଙ୍କ ଆବଶ୍ୟକତା ମଧ୍ଯ ଥିଲା।ଏଥିସହ ଅଭିଜ୍ଞ ଡାକ୍ତରଙ୍କ ପାଖରେ ପହଂଚିବାର କୌଣସି ବ୍ୟବସ୍ଥା ଅବା ରାସ୍ତା ଏମାନଙ୍କୁ ଜଣାନାହିଁ।ଏମାନେ ବଣ ମୂଳକର ଆଦିବାସୀ ଲୋକ।ଜଙ୍ଗଲ ଛଡା ବାହାର ଦୁନିଆ ସହିତ ଏମାନଙ୍କର ସମ୍ପର୍କ ନାହିଁ କହିଲେ ଚଳେ।ଦ୍ବିତୀୟତଃ ଅର୍ଥର ଆବଶ୍ୟକତା ବହୁତ ଜରୁରୀ ଅଛି।ଆଦିବାସୀ ସମ୍ପ୍ରଦାୟର ଏହି ଗରିବ ପରିବାର ପାଖରେ ସମ୍ବଳର ଅଭାବ ସାଙ୍ଗକୁ ସାହାରାର ଅଭାବ ଆଜି ତାକୁ ବେସାହାରା କରି ଦେଇଛି।ଦରିଦ୍ର ସୀମାରେଖା ତଳେ ବସବାସ କରୁଥିବା ଏହି ପରିବାର ପ୍ରତି ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଲେ ହୁଏତ ତାଙ୍କ ଝିଅ ମିନାକ୍ଷୀ ବଂଚିବା ସହ ସକ୍ଷମ ହୋଇ ପାରନ୍ତା।କାଳିଆ ବଳିଆଙ୍କୁ ଉନ୍ନତ୍ତ ଚିକିତ୍ସା କରି ରାଜ୍ୟ ସରକାର ପୁନର୍ଜନ୍ମ ଦେଇଥିବାବେଳେ ଏ ଗରିବ ପରିବାର ପ୍ରତି ନିଶ୍ଚୟ ସଦୟ ହେବେ ଏହି ଆଶା ରଖି ପଟୁପଦର ଗ୍ରାମବାସୀ ଙ୍କ ସହ ବାପାମାଆ ଝିଅର ଆରୋଗ୍ୟ ପାଇଁ ନିବେଦନ କରିଛନ୍ତି।ସେମାନଙ୍କର ଏକ ମାତ୍ର ଝିଅର ଆରୋଗ୍ୟ ପାଇଁ ଜିଲ୍ଲା ପ୍ରଶାସନ ଆଗେଇ ଆସି ସହାୟତା କରୁ ବୋଲି ବିଭିନ୍ନ ମହଲରୁ ସ୍ୱର ଉଠୁଛି। ଭଲହେବା ପରିବର୍ତ୍ତେ ଅସ୍ୱାଭାବିକ ଭାବେ ଝିଅ ମିନାକ୍ଷୀର ଗୋଡାହାତ ବଙ୍କାଟଙ୍କା ହୋଇଗଲା।ମୁହଁ ବାଙ୍କୀଗଲା।ଭୟବିତ ବାପାମାଆ ଡାକ୍ତରଙ୍କ ପରାମର୍ଶକ୍ରମେ ଝିଅକୁ ନେଇ ବ୍ରହ୍ମପୁର ବଡ ମେଡିକାଲ ଗଲେ।କୁଲି ବୁତ୍ତିକଲେ ଘରେ ଚୁଲି ଜଳୁଥିବା ସଂସାରରେ ଆର୍ଥିକ ଅନାଟନ ସାଙ୍ଗକୁ ଏକମାତ୍ର ଅଲିଅଳି ଝିଅର ଏପରି ଅବସ୍ଥା ସେମାନଙ୍କୁ ଅସ୍ଥିର କରି ଦେଉଥିଲା।ଧାର କରଜରେ ବ୍ରହ୍ମପୁର ବଡ ମେଡିକାଲରେ ଦୀର୍ଘ 18ଦିନ ମରଣ ସହ ସଂଗ୍ରାମ କରି କରି ମିନାକ୍ଷୀ ସମ୍ପୂର୍ଣ ଅଚଳ ହୋଇଗଲା।କଥା କହିବାର ଶକ୍ତି ହରେଇବା ସହ ହାତଗୋଡ ନିସ୍ତେଜ ହୋଇଗଲା।ଜ୍ଵରର ପ୍ରକୋପରେ 11ଦିନ ପରେ ଝିଅର ହୋସ ଆସିଥିଲା।ଭଗବାନ ବିଶ୍ଵାମିତ୍ରର ଝିଅକୁ ସ୍ବାସ ପ୍ରଶ୍ୱାସ ଫେରେଇ ଦେଇ ତା ସର୍ବାଙ୍ଗକୁ ଯେପରି ଅଚଳ କରିଦେଇଥିଲେ ।ଝିଅଟି ସବୁ ସମୟରେ ପାଟି ମେଲାକରି ରହୁଛି।ଯେମିତି ଅନେକ କିଛି ଅକୁହା କଥା ତା ମନ ମଧ୍ୟରେ ରୋକି ହୋଇ ରହି ଯାଇଛି,ସେ କହିବା ପାଇଁ ଅହରହ ଉଦ୍ୟମ କରୁଛି।ପିଲାଟିକୁ ଦେଖିଲେ ଯେ କୌଣସି ବ୍ୟକ୍ତିକୁ ଭାରି କଷ୍ଟ ଲାଗିବ।ଝିଅଟିକୁ ଜନ୍ମ ଦେଲେ କେହିକେହି ବାପାମାଆ ଦୁଃଖ ଅନୁଭବ କରିଥାନ୍ତି ହେଲେ ଭୋଇ ଦମ୍ପତିଙ୍କ ପାଇଁ ତାଙ୍କ ଝିଅର ଜନ୍ମ ଲକ୍ଷ୍ମୀ ଆଗମନ ସଦୃଶ ଥିଲା ବୋଲି କାନ୍ଦକାନ୍ଦ ହୋଇ ବାପାମାଆ କୁହନ୍ତି। ଝିଅର ଉତ୍ତମ ଚିକିତ୍ସା ପାଇଁ ବିଶ୍ୱାମିତ୍ରର ସ୍ତ୍ରୀ ବିଷମକଟକ ବ୍ଲକ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଟରେ ଦେଖାକରି ଗୁହାରି କରନ୍ତେ ଜିଲ୍ଲାପାଳ ମହୋଦୟ ସେସମୟର 10 ହଜାର ଟଙ୍କା ଚିଫ ମିନିଷ୍ଟରଙ୍କ ରିଲିଫ ଫଣ୍ଡରୁ ଚେକ ମାଧ୍ୟମରେ ପ୍ରଦାନ କରିଥିଲେ।ହେଲେ ତାହା ଝିଅର ଆରୋଗ୍ୟ ପାଇଁ ପଯ୍ୟାପ୍ତ ହେଲାନାହିଁ।ଏଥିପାଇଁ ବିଭିନ୍ନ ପରୀକ୍ଷ୍ୟା ନିରୀକ୍ଷାର ଆବଶ୍ୟକ ସହ ଅଭିଜ୍ଞ ଚିକିତ୍ସକଙ୍କ ଆବଶ୍ୟକତା ମଧ୍ଯ ଥିଲା।ଏଥିସହ ଅଭିଜ୍ଞ ଡାକ୍ତରଙ୍କ ପାଖରେ ପହଂଚିବାର କୌଣସି ବ୍ୟବସ୍ଥା ଅବା ରାସ୍ତା ଏମାନଙ୍କୁ ଜଣାନାହିଁ।ଏମାନେ ବଣ ମୂଳକର ଆଦିବାସୀ ଲୋକ।ଜଙ୍ଗଲ ଛଡା ବାହାର ଦୁନିଆ ସହିତ ଏମାନଙ୍କର ସମ୍ପର୍କ ନାହିଁ କହିଲେ ଚଳେ।ଦ୍ବିତୀୟତଃ ଅର୍ଥର ଆବଶ୍ୟକତା ବହୁତ ଜରୁରୀ ଅଛି।ଆଦିବାସୀ ସମ୍ପ୍ରଦାୟର ଏହି ଗରିବ ପରିବାର ପାଖରେ ସମ୍ବଳର ଅଭାବ ସାଙ୍ଗକୁ ସାହାରାର ଅଭାବ ଆଜି ତାକୁ ବେସାହାରା କରି ଦେଇଛି।ଦରିଦ୍ର ସୀମାରେଖା ତଳେ ବସବାସ କରୁଥିବା ଏହି ପରିବାର ପ୍ରତି ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଲେ ହୁଏତ ତାଙ୍କ ଝିଅ ମିନାକ୍ଷୀ ବଂଚିବା ସହ ସକ୍ଷମ ହୋଇ ପାରନ୍ତା।କାଳିଆ ବଳିଆଙ୍କୁ ଉନ୍ନତ୍ତ ଚିକିତ୍ସା କରି ରାଜ୍ୟ ସରକାର ପୁନର୍ଜନ୍ମ ଦେଇଥିବାବେଳେ ଏ ଗରିବ ପରିବାର ପ୍ରତି ନିଶ୍ଚୟ ସଦୟ ହେବେ ଏହି ଆଶା ରଖି ପଟୁପଦର ଗ୍ରାମବାସୀ ଙ୍କ ସହ ବାପାମାଆ ଝିଅର ଆରୋଗ୍ୟ ପାଇଁ ନିବେଦନ କରିଛନ୍ତି।ସେମାନଙ୍କର ଏକ ମାତ୍ର ଝିଅର ଆରୋଗ୍ୟ ପାଇଁ ଜିଲ୍ଲା ପ୍ରଶାସନ ଆଗେଇ ଆସି ସହାୟତା କରୁ ବୋଲି ବିଭିନ୍ନ ମହଲରୁ ସ୍ୱର ଉଠୁଛି।
ରିପୋର୍ଟ ସନାତନ ନାୟକ



