
ଆସିକା ୧୫/୦୩ (ଜିଲ୍ଲା ଖବର) ରବିବାର ଦିନ ଆସିକା ଉପକଣ୍ଠସ୍ଥ ପୂଡୁଗେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସୁରେନ୍ଦ୍ରନାଥପାତ୍ର ଓ ଶିବରାମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ହୋଇଯାଇଛି ।ଉକ୍ତ ବୈଠକ କରୋନା ଭାଇରସ ର ମୁକାବିଲା ନିମନ୍ତେ କରାଯାଇଅଛି। ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଥିବା ବେଳେ ଏଥିରେ ବହୁଲୋକଙ୍କ ମୃତ୍ୟୁ ହେବାସହ ବର୍ତମାନ ମଧ୍ୟଅନେକ ଲୋକ କରୋନା ବିମାରର ଶିକାର ହେଉଛନ୍ତି ।ତେଣୁ କରୋନା ଭଳି ମହାମାରି ଭାଇରସକୁ କିଭଳି ଜନ ସମାଜଠାରୁ ଦୁରେଇ ରଖାଯିବ ଏବଂ ତାହାର ଶିକାର କେହିବି ସେଥିପ୍ରତି ଦୃଷ୍ଟି ଦେଇ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଆଗଞାମ ଜିଲ୍ଲାର 22 ଗୋଟି ବ୍ଳକ୍ ରେ ସ୍ୱଛଭାରତ ମିଶନ ତରଫରୁ ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟରତକରୁଥିବା ଜି.ପି ମନିଟରମାନେ ଏକତ୍ରିତ ହେବା ସହ ଏହାର ସଠିକ୍ ମୁକାବିଲା ନିମନ୍ତେ ବୈଠକରେ ଗଞାମ ଜିଲ୍ଲା ସ୍ୱଛ ଭାରତ ମିଶନର ଜିଲ୍ଲା ଟ୍ରେନର ,ତାରିଣି ଚରଣ ଭୂୟାଁ,ଲକ୍ଷ୍ମି ନାୟକ,ସଞୟକୁମାର ମହାରଣା ,ସମେତ କାଳଷଣ୍ଢପୁର ଜି.ପିମନିଟର କାଳୁଚରଣ ପାତ୍ର,ଖାରିଆ ପଞ୍ଚାୟତ ର ସାଗର କୁମାର ପାତ୍ର ,ଭଗବାନ ସ୍ୱାଇଁ ,ଏମିତି ପ୍ରାୟ 200 ରୁ ଅଧିକ ଜି.ପି . ମନିଟର ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ରିପୋର୍ଟ ରତ୍ନାକର ଶିଅ




