
ହିଞ୍ଜିଳିକାଟୁ ୧୨/୦୩(ଜିଲ୍ଲା ଖବର) : ସହର କୁ ସ୍ୱଚ୍ଛ ରଖିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଲୋକ ବିଭିନ୍ନ ଉପାୟରେ ସଚେତନା ବାର୍ତ୍ତା ଦେଉଥିବା ବେଳେ ଏବେ ସେ ପୁରା ଏକ୍ସନ ମୁଡ଼ ରେ ଯେତେ ବେଳେ ଯେଉଁ ସହର କୁ ପରିଦର୍ଶନ ରେ ଯାଆନ୍ତି ଅଳିଆ ଆବର୍ଜ୍ଜନା କୁ ଦେଖି ସ୍ଥାନୀୟ ଅଫିସର୍ କୁ ତାଗିତ ମଧ୍ୟ କରନ୍ତି। ଆଉ କେତେ ବେଳେ ଅଳିଆ ଆବର୍ଜ୍ଜନା ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଜୋରିମାନା ମଧ୍ୟ ଆଦାୟ କରିବା ପାଇଁ ନିର୍ଦେଶ ଦେବା ଘଟଣା ଅନେକ ସ୍ଥାନ ରେ ଦେଖିବାକୁ ମିଳିଛି। ସୂଚନା ମୁତାବକ
ଆଜି ଦିନ୧୧ଟା ସମୟରେ ପୌର ପରିଷଦ କାର୍ଯ୍ୟାଳୟ ସଭା ଗୃହ ରେ ଏକ ବୈଠକ ରଖିଥିଲେ ଗଞ୍ଜାମ ଜିଲ୍ଲାପାଳ ସ୍ୱଚ୍ଛସାଥି,ସୁପର ଭାଇଜର ଓ କର୍ମଚାରୀଙ୍କୁ ସ୍ବଚ୍ଛତା ଉପରେ ପ୍ରଶିକ୍ଷଣ ଦେବା ସହ ପରିମଳ କାର୍ଯ୍ୟ ତଦାରଖ କରିବା ସହ ସଫେଇ କର୍ମଚାରୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସଫେଇ କର୍ମଚାରୀ ମାନେ ରାତ୍ର ସମୟରେ ଝାଡୁ କରିବା ଏବଂ ଡ୍ରେନ ସଫା କରିବା ନିମନ୍ତେ ପରାମର୍ଶ ଦେଇଥିଲେ ଏହି ବୈଠକ ଶେଷ କରି ସ୍ଥାନୀୟ ୧୯ ନମ୍ବର ୱାର୍ଡକୁ ପରିଦର୍ଶନ ଯାଇଥିଲେ ଏକ ଦେଶୀ ମଦ ଦୋକାନ ସାମ୍ନା ରେ ମଦ ପାଉଚ୍ ଜରି ଓ ପ୍ଲାଷ୍ଟିକ ଗ୍ଲାସ୍ ଏଣେ ତେଣୁ ହୋଇ ରାସ୍ତା ଓ ଡ୍ରେନ ରେ ପଡ଼ିବା ଦେଖି ଦୋକାନୀ କୁ ଡଷ୍ଟବିନି ରଖିନଥିବାରୁ ତାଗିତ କରିବା ସହ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କୁ ନିର୍ଦେଶ ଦେଇଥିଲେ। ନିଜେ ସ୍ୱଚ୍ଛ ରହିବା ସହ ଚାରି ପାଖରେ ଥିବା ପରିବେଶ କୁ ମଧ୍ୟ ସ୍ୱଚ୍ଛ ରଖିବା ପାଇଁ ଲୋକଙ୍କୁ କହିଥିଲେ।




