
ଆସିକା ୧୧/୦୩( ଜିଲ୍ଲା ଖବର) : କେନ୍ଦୁପଦର ବାଣାୟତ ଓଡ଼ିଆ ସମାଜ ଗୃହର ଭିତି ପ୍ରସ୍ଥର ସ୍ଥାପନ।ଆସିକା ବ୍ଳକ ଚେୟାରମ୍ୟାନ ଶ୍ରୀ ହରେକୃଷ୍ଣ ମଲ୍ଲିକଙ୍କ କରକମଳରେ କେନ୍ଦୁପଦର ଗ୍ରାମରେ ବାଣାୟତ ଓଡ଼ିଆ ସମାଜ ଗୃହର ଭିତି ପ୍ରସ୍ଥର ସ୍ଥାପନ ହୋଇ ଯାଇଛି। ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନୀତା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ବେଳେ ମହିଳା ମାନେ ପୂର୍ଣ୍ଣକୁମ୍ଭ ସହ ଗିନି ମୃଦଂଗର ତାଳେ ତାଳେ ଗ୍ରାମ୍ୟ ପରିକ୍ରମା କରିଥିଲେ। ସମାଜ ଗୃହର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ଏକ ପଦକ୍ଷେପ ନିଆଯାଇଛି ବୋଲି ଗ୍ରାମବାସୀ ମାନେ ମତ ରଖିଛନ୍ତି। ଉକ୍ତ ଭିତି ପ୍ରସ୍ଥର ସ୍ଥାପନ ଉତ୍ସବରେ ସଭାପତି ଜୟରାମ ଖଟେଇ, ତାଲୁକା ସଭ୍ୟ ପ୍ରମୋଦ କୁମାର ବିଶ୍ବାଳ, ସୁବାସ ଚନ୍ଦ୍ର ଆପଟ, ପ୍ରକାଶ ଚନ୍ଦ୍ର ବରାଡ, ନିରଞ୍ଜନ ବିଶ୍ବାଳ, ସମେତେ ବହୁ ଜନସମାଗମ ହୋଇଥିଲା।ଏଭଳି ଏକ ପଦକ୍ଷେପ ପାଇଁ ବାଣାୟତ ଓଡ଼ିଆ ସମାଜ ପକ୍ଷରୁ ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ହରେକୃଷ୍ଣ ମଲ୍ଲିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସୀ।
ରିପୋର୍ଟ ରତ୍ନାକର ଶିଅ





