ବ୍ରହ୍ମପୁର, ୧୦/୩ (ଲଷ୍ମୀନାରାୟଣ ମିଶ୍ର) : ପବିତ୍ର ଦୋଳ ପୂର୍ଣ୍ଣମା ଉପଲକ୍ଷେ ଗୋଦାବରୀଶ ନଗର ଠାରେ ପ୍ରତିଷ୍ଠିତ ଶିରିଡ଼ି ସାଇ ମନ୍ଦିରର ବାର୍ଷିକ ଉତ୍ସବ ପାରଂପରିକ ରୀତିନିତିରେ ପାଳିତ ହୋଇଯାଇଛି । ସଂନ୍ଧ୍ୟାରେ ଶତାଧିକ ସାଇ ଭକ୍ତ ଏକ ଶୋଭା ଯାତ୍ରାରେ ଶିରିଡ଼ି ସାଇଙ୍କ ବିଗ୍ରହକୁ ଏକ ପାଲିଙ୍କିରେ ନେଇ ନଗର ପରିକ୍ରମା କରି ମନ୍ଦିରକୁ ଫେରିଥିଲେ । ମନ୍ଦିର ପ୍ରଶାସନ ତରଫରୁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।





