
ରାୟଗଡା ୦୯/୦୩ ( ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ର ମୁନିଗୁଡା ବ୍ଲକ ସୀମାନ୍ତ ଆଧ୍ୟାତ୍ମିକ ନଗରୀ ଗଙ୍ଗରପଡା ଗାଁ।ଏହି ଗାଁ ଟି ଆଜକୁ ସତର ବର୍ଷ ହେବ ରାୟଗଡା ଅଂଚଳରେ ଆଧ୍ୟାତ୍ମିକ ସାଂସ୍କୃତିକ ଗ୍ରାମ ରେ ପରିଣତ ହୋଇଯାଇଛି।ବଦଳି ଯାଇଛି ଗାଁ ର ଚେହେରା ଓ ଚରିତ୍ର।ଦିନ ଥିଲା ମଦ,ମାଂସ ଖାଇବା ସହ ଧର୍ମ ପରିବର୍ତ୍ତନ ହେବାକୁ ବସିଥିଲା।ଏହି ସମୟରେ ଦେବ ପୁରୁଷ ଭଳି ଅଂଚଳରେ ପହଞ୍ଚିଥିଲେ ଜଣେ ଉଚ୍ଚ ଶିକ୍ଷିତ ସରକାରୀ ଅବସର ପ୍ରାପ୍ତ ଆଧ୍ୟାତ୍ମିକ ପୁରୁଷାର୍ଥ ମହାପୁରୁଷ ନବୀନ ଜୀ ଙ୍କ ନାଁ ରେ ସାରା ଓଡ଼ିଶାରେ ଖ୍ୟାତ।ଚଳିତବର୍ଷ ସାତଦିନ ଧରି ଚାଲିଥିବା ନାମ ସଂକୀର୍ତ୍ତନ,ହୋମ ଯଜ୍ଞ ,ଗୋସେବା,ଗୀତ। ଯଜ୍ଞ,ଅର୍ଣ୍ଣ ଯଜ୍ଞ ଓ କଥା ଯଜ୍ଞ ଭାଗବତ ପରାୟଣ ଆଦି ଚାଲିଥିଲା।ଏବେ ଏହି ଅଂଚଳ ଓ ଆଖପାଖ ର ଦୁଇ ବ୍ଲକ ସହ ରାୟଗଡା ଜିଲ୍ଲାରୁ 5000 ଭକ୍ତଙ୍କର ସମାବେଶ ହୋଇଥିଲା।ଗରିବ ଲୋକମାନେ ଚାରିଧାମ ବୁଲି ଦେବଦର୍ଶନ କରିବା ସମ୍ଭବ ହୋଉନଥିବା କାରଣ ରୁ ଗଙ୍ଗରପଡା ର ପୁରୁଷାର୍ଥ ଆଧ୍ୟାତ୍ମିକ ସତସଂଘ ସଂଗଠନ ଏହିବର୍ଷ ଯଜ୍ଞ ରେ ଚାରିଧାମ ର ପ୍ରତିକୃତ ଏଠାରେ ନିର୍ମାଣ କରି ଶ୍ରଦ୍ଧାଳୁ ଙ୍କ ମନଭିତରେ ଆଧ୍ୟାତ୍ମିକ ଭକ୍ତି ଭାବ ଭରିଦେଇଥିଲା।ଏହି ଚାରିଧାମକୁ ଗଢି ତୋଳିଥିଲେ ଗଙ୍ଗରପଡା ର ସୁଧୀର ଗଡେକା ।ବୈଦିକ ପଣ୍ଡିତ ଶ୍ରୀ ବିଶ୍ୱନାଥ ଦାଶ ଙ୍କ ପବିତ୍ର ବେଦମନ୍ତ୍ର ଧୋନି ରେ ଅଂଚଳ ଟି ଦେବମୟ ଭଳି ଲାଗୁଥିଲା।ସମସ୍ତ ପରିକଳ୍ପନା ର ମୁଖ୍ୟ ସୂତ୍ରଧର ମାନନୀୟ ନବୀନ ଜୀ ଥିଲେ।ସମ୍ପୂର୍ଣ ଗଙ୍ଗରପଡା ଗ୍ରାମରେ ଫୁଲରେ ସଜା, ଘରେଘରେ ପୂର୍ଣ କଳସର ଶୁଭ ଆହ୍ୱାନ ସହ ଦଶନାର୍ଥୀଙ୍କୁ ପାଚିତି ନେବାର ବିଧି ଚମତ୍କୃତ କରୁଥିଲା।ଏତେ ଜନସମାଜକୁ ଆଖି ଆଗରେ ରଖି ମୁନିଗୁଡା ପୋଲିସ,ସ୍ୱାସ୍ତ୍ୟକର୍ମୀ ମାନେ ଉପସ୍ଥିତ ରହି ସେବା ଯୋଗାଇଥିଲେ।ଉଦଯ।ପନ ଦିନ ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ,ଜ୍ୟୋତିପ୍ରକାଶ ସାହୁ,ବାବୁ,ରତ୍ନଲାଲ ଜୈନ,ପୁର୍ଣଚଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।ଗଙ୍ଗରପଡା ଗ୍ରାମବାସୀ ,ସରପଞ୍ଚ ଚୁମୁକି ଗଡେକା,ବେଣୁଧର ଗଡେକା,ଜୟସେନ ମୁଦୁଲି,ରୁଦ୍ରପ୍ରସାଦ ମୁଗୁଲି ପ୍ରମୁଖ ସହାୟତାରେ ଥିଲେ।
ରିପୋର୍ଟ ସନାତନ ନାୟକ




