
ମୁନିଗୁଡା ୦୮/୦୩(ଜିଲ୍ଲା ଖବର) ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଖଜୁରିପଦର ଗ୍ରାମ ରେ ଆଜି ଆନ୍ତର୍ଜାତିକ ମହିଳା ସୁରକ୍ଷା ଦିବସ ପାଳନ କରାଯାଇଛି।ଏହି ମହିଳା ଦିବସ ରେ 80ରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ।ଆନ୍ତର୍ଜାତିକ ମହିଳା ଦିବସ ର ମୂଳଲକ୍ଷ୍ୟ ଥିଲା ଆଦିବାସୀ ଅଂଚଳରେ କ୍ଷୁଦ୍ର ଚାଷ ର ବୃଦ୍ଧିପାଇଁ ସ୍ୱତନ୍ତ୍ର କର୍ଯ୍ୟକର୍ମ କରିଥିଲେ।15 ଟି ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ବିଭିନ୍ନ ଶସ୍ୟରେ ଖାଦ୍ୟ ତିଆରି କରି ସମସ୍ତଙ୍କୁ ଖୁଆଇଥିଲେ।ଏହି ଦିବସ ରେ ମୁଖ୍ୟ ଅତିଥି ଓଡ଼ିଶା ମିଲଟ ମିଶନ ର ଜିଲ୍ଲା କୋଡ଼ିନେଟର ରିସୀ କେଶ ପାଣି,ଲିଭିଂଫ।ର୍ମ olm ତାଲିମଦାତା ଗତିକ୍ରୀଷ୍ଣ। ବେହେରା ,RCDC କର୍ମୀ ସୁଦର୍ଶନ ସାହୁ,ନିବାଶ ଓ CRP କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।ମା ,ଭଉଣୀ,ଶିଶୁକନ୍ୟା ଏବଂ ସ୍ତ୍ରୀ ମାନଙ୍କୁ କିଭଳି ସୁରକ୍ଷାମିଳିବା,ପୁଷ୍ଟିକର ଖାଦ୍ୟ ଉପରେ ଦୃଢ ଆଲୋଚନା କରାଯାଇଥିଲା।ଶେଷରେ ମା ମାନେ ନିଜର ଆଞ୍ଚଳିକ ଗୀତ ବଜାଇ ଖୁସିରେ ନାଚନାଚି ମହିଳା ଦିବସ ପାଳନ କରିଥିଲେ। ଏହାକୁ ମିଲଟମିଶନ ବ୍ଲକ କୋଡ଼ିନେଟର ତପନ କୁମାର ପଟନାୟକ ପରିଚାଳନା କରିଥିଲେ।
ରିପୋର୍ଟ ସନାତନ ନାୟକ



