
ଛତ୍ରପୁର ୦୮/୦୩ (ଜିଲ୍ଲା ଖବର) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104 ତମ ଜନ୍ମ ଦିବସ ଅବସରରେ ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁରର ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ତଥା ବ୍ରହ୍ମପୁରସ୍ଥ ଇକୋସ୍ ଚକ୍ଷୁ ଚିକିତ୍ସା ଅନୁଷ୍ଠାନ ସହାୟତାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସଂଗଠିତ ହୋଇଯାଇଛି।ରୋଟାରୀ କ୍ଳବ ବ୍ରହ୍ମପୁର ଇଷ୍ଟର ସହଯୋଗ କ୍ରମେ ପରିଚାଳିତ ଏଇ ଶିବିରକୁ କ୍ଳବର ସଭାପତି ପ୍ରଦୀପ ପଣ୍ଡା ଉଦ୍ ଘାଟନ କରିଥିଲେ।ମୋଟରେ 90ଜଣ ଚକ୍ଷୁ ରୋଗୀଙ୍କୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ 23ଜଣଙ୍କୁ ପରଳ ଅସ୍ତ୍ରୋପଚାର ପାଇଁ ନିର୍ଦ୍ଧାରଣ କରାଯାଇ ଇକୋସ୍ ହସ୍ପିଟାଲକୁ ମାଗଣାରେ ନିଆଯାଇଥିଲା।ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନ,ଉପସଭାପତି ଘନଶ୍ୟାମ ସାହୁ,ସଂପାଦକ ବାଉରୀ ବଂଧୁ ସାହୁ,ଯୁଗ୍ମ-ସଂପାଦକ ଗୋପାଳ ଚନ୍ଦ୍ର ମହାରଣା ଓ କୋଷାଧ୍ୟକ୍ଷ ଜଟେଶ୍ବର ପ୍ରଧାନଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ସଂଗଠିତ ଶିବିର ଗ୍ରାମରେ ପ୍ରଥମ କରି ହୋଇଥିବାରୁ ଅଞ୍ଚଳରେ ଖୁସୀର ମାହଲ ସୃଷ୍ଟି ହୋଇଥିଲା।ଏଇ ଶିବିରକୁ ମଞ୍ଚର ସଂଜଯୋକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରୋଟାରିଆନ କାମରାଜୁ ମହାରଣା ସଂଜଯୋନା କରିଥିଲେ।ରୋଟାରିଆନ୍ ଅରୁଣ ଚାନ୍ଦ ଦାଶ,ଅଜିତ କୁମାର ପୃଷ୍ଟି,ବିଜୟ କୁମାର ପରିଡା,ଗଦାଧର ରାଉଳ,ସଂପାଦକ ରଂଜିତ କୁମାର ପାତ୍ର,ଲିଙ୍ଗରାଜ ନାୟକ,ପ୍ରଦୀପ ପଟ୍ଟନାୟକ,ତଥା ମଞ୍ଚର ଉପଦେଷ୍ଟା କୋରା ମହାରଣା ଶିବିରରେ ଉପସ୍ଥିତ ରହି ଶିବିରାର୍ଥକଙ୍କୁ ଉତ୍ସାହିତ କରିଥିଲେ।
ରିପୋର୍ଟ ଲକ୍ଷ୍ମୀ ନାରାୟଣ ମିଶ୍ର




