Thursday, October 15, 2026
Home ଆଞ୍ଚଳିକ ଆସିକାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଆସିକାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

8

ଆସିକା ୦୮/୦୩ ( ଜିଲ୍ଲା ଖବର) : ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଆସିକା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଅନ୍ତର୍ଜାତୀୟ ମହିଳା ଦିବସ। ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ପାଳିତ ହୋଇଥାଏ ଅନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ।ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଭାରତୀ ମହାପାତ୍ରଙ୍କ ନେତୃତ୍ୱକ୍ରମେ ଆସିକା ତହସିଲଦାର ଶ୍ରୀ ସଦାନନ୍ଦ ସେଠୀ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ମହିଳା ମାନଙ୍କୁ ସମ୍ମାନ ଓ ସମାନ ଅଧିକାର ପ୍ରଦାନ ଏବଂ ସାମ୍ପ୍ରତିକ ସ୍ଥିତିରେ ମହିଳା ମାନଙ୍କ ସ୍ଥିତି ଉପରେ ବହୁ ଆଲୋଚନା ହେବା ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଦୁଇଜଣ ଛାତ୍ରୀଙ୍କୁ ସମ୍ବୋଧିତ କରାଯାଇ ଥିଲା।ଆସିକାର ଗର୍ବ ଓ ଗୌରବର ପ୍ରତୀକ ପର୍ବତାରୋହୀଣୀ ଶୁଶ୍ରୀ ରଚିତା ନାହାକ,ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗର ଟପର୍ ଶୁଶ୍ରୀ ଅନିତା କୁମାରୀ ସାହୁ, ଆସିକା ସରସ୍ୱତୀ ଶିଶୁ ମନ୍ଦିରରେ ପଢି ଦଶମ ଶ୍ରେଣୀରେ ଭଲ ନମ୍ବର ରଖି ମେଧାବୀ ଛାତ୍ରୀର ପରିଚୟ ଦେଇଥିବା ଶୁଶ୍ରୀ ରାଜଲକ୍ଷ୍ମୀ ଗୌଡ଼ ଭଳି ସୁନ୍ଦର ପ୍ରତିଭା ମାନଙ୍କୁ ସମ୍ଵୋର୍ଦ୍ଧିତ କରିବା ସହ ଆହୁରି ଅନେକ ପାରଦର୍ଶିତା ଅର୍ଜନ କରିବା ନିମନ୍ତେ ଉତ୍ସାହିତ କରାଯାଇଥିଲା। ମୁଖ୍ୟ ଅତିଥି ରୂପେ ଆସିକା ତହସିଲଦାର ବ୍ଳକ ଚେୟାରମ୍ୟାନ ଶ୍ରୀ ହରେକୃଷ୍ଣ ମଲ୍ଲିକ ବାଲିସିରା ସ୍ବାସ୍ଥ୍ୟ ଅଧିକାରୀ,ଶିଶୁ ବିଭାଗୀୟ ଅଧିକାରୀ ସମେତ ବହୁ ଅଂଗନଞ୍ବାଡି ସୁପରଭାଇଜରଙ୍କୁ ଓ କର୍ମୀ ଯୋଗଦେଇଥିଲେ। ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ନାରୀ ମାନଙ୍କ ସଫଳତା ଓ କିଭଳି ଭାବରେ ନାରୀ ଆହୁରି ଆଗକୁ ବଢିବେ ଆଉ ନାରୀ ନିର୍ଯ୍ୟାତନା ଠାରୁ ଆରମ୍ଭ କରି ବିଭିନ୍ନ ଅମାନୁଷିକ ଘଟଣା କମିବ ସମଗ୍ର ବିଶ୍ବରେ ନାରୀ କିଭଳି ତା’ର ସ୍ବତନ୍ତ୍ର ପରିଚୟ ପାଇପାରିବ ଏସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ସି ଡି ପି ଓ ଶ୍ରୀମତୀ ଭାରତୀ ମହାପାତ୍ର। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସଫଳତା ପୂର୍ବକ ଆୟୋଜିତ ହୋଇଥିବା ବେଳେ ବହୁ ମହିଳା ଉପସ୍ଥିତ ଥିଲେ।

ରିପୋର୍ଟ ରତ୍ନାକର ଶିଅ