
ଜଗନ୍ନାଥ ପ୍ରସାଦ (ଜିଲ୍ଲା ଖବର) ୦୬/୦୩ : ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଗ୍ରାମ ପଞ୍ଚାୟତ ଅଂଚଳ ର ପ୍ରାୟ 7 ଲକ୍ଷ ଟଙ୍କା ରେ ନିର୍ମିତ ତାଳପଙ୍କା ପ୍ରାଥମିକ ବିଦ୍ୟାଳୟ ର ନୂତନ ଗୃହ କୁ ବ୍ଲକ ଅଧ୍ୟକ୍ଷ। ଗୀତାଞ୍ଜଳି ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରଛନ୍ତି।ମୁଖ୍ୟ ଅତିଥି ରୂପେ beo ବିଜୟ କୁମାର ରାଉତ, ମୁଖ୍ୟ ବକ୍ତା ଭାବେ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ,ବିଶିଷ୍ଟ ଅତିଥି ରୂପେ ସ୍ୱାମୀ ଆତ୍ମାନଂଦ ସରସ୍ବତୀ, ବ୍ଲକ ଉପାଧ୍ୟକ୍ଷ ହିମାଂଶୁ ଶେଖେର ବାରିକ,ଜିଲ୍ଲା ପରିଷଦ ସଦସ୍ୟ ବରୁଣ ବେହେରା,ସରପଞ୍ଚ ଦେବୀ ପ୍ରସାଦ ମହାପାତ୍ର,ଶିକ୍ଷାବିତ ପ୍ରଦୀପ ଭୂୟାଁ, ଅନ୍ନଦା ତ୍ରିପାଠୀ, ରାମନାଥ ଶିଖର, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଆନଂଦ ଜ।ନୀ
,ପ୍ରମୁଖ ଯୋଗ ଦେଇଥିଲେ।ପ୍ରଧାନ ଶିକ୍ଷକ କାର୍ତ୍ତିକେୟ ସେଠି ସମସ୍ତ କାର୍ଯ୍ୟକର୍ମ ଆୟୋଜନ କରିଥିଲେ।ଜଗବନ୍ଧୁ ରଥ ମଂଚ ପରିଚାଳନା କରିଥିଲେ।ବହୁ ପୁରାତନ ବିଦ୍ୟାଳୟ ମଧ୍ୟ ପୂର୍ବରୁ ଉକ୍ତ ବିଦ୍ୟାଳୟ ଟି ଏକ ଗୁହାଳ ଘରେ ଚାଲିଥିବା ନେଇ ଗଣମାଧ୍ୟମ ରେ ପ୍ରସାରିତ ହେବ ପରେ ପ୍ରଶାସନ ତତ୍ପର ହୋଇ ବିଦ୍ୟାଳୟ ପାଇଁ ପ୍ର।ୟ 7 ଲକ୍ଷ ଟଂକା ମଞ୍ଜୁର ହେବା ସହ,ସମ୍ବିତ ସାଗର ଟ୍ରଷ୍ଟ ର ଅଧକ୍ଷ ସ୍ଵାମୀ ସୁଧାନନ୍ଦ ସରସ୍ୱତୀ ବିଦ୍ୟାଳୟ ପାଇଁ ଭୂମି ଦାନ କରିଥିଲେ।ଏକ ଆଦିବାସୀ ଅଞ୍ଚଳରେ ଏହି ବିଦ୍ୟାଳୟ ର ଉଦଘାଟନ ହୋଇ ଥିବାରୁ ବହୁ ଛାତ୍ର/ଛାତ୍ରୀ ଉପକୃତ ହେବେ ବୋଲି ଅତିଥି ମନେ ମତ ବ୍ୟକ୍ତ କରିଥିଲେ।
ରିପୋର୍ଟ ନିରାକାର ସାହୁ



