Thursday, October 15, 2026
Home ଆଞ୍ଚଳିକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାହିତ୍ୟ ଆସର

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାହିତ୍ୟ ଆସର

65

ହିଞ୍ଜିଳିକାଟୁ (ଜିଲ୍ଲା ଖବର)୦୫/୦୩ ହିଞ୍ଜିଳିକାଟୁ ବ୍ଳକ କଂଚୁରୁ ସ୍ଥିତ କଲ୍ୟାଣମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାହିତ୍ୟ ଆସର। ଏକ ସୌହାର୍ଦ୍ଦ୍ୟପୁର୍ଣ୍ଣ ବାତାବରଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଏନ ରଘୁନାଥ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମର ଉଦ୍ୟୋକ୍ତା ଅଧ୍ୟାପକ ଶ୍ରୀ ଜନାର୍ଦ୍ଦନ ସ୍ବାଇଁଙ୍କ ସଯୋଜନା କ୍ରମେ ବିଜୁଜୟନ୍ତୀ ଓ ପଞ୍ଚାୟତରାଜ ଦିବସ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସମ୍ମାନିତ ଅତିଥିଭାବେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀ ଅଭିମନ୍ୟୁ ଦାସ, ମନୋଜ କୁମାର ସାବତ, ବରିଷ୍ଠ ସାହିତ୍ୟିକ ଶ୍ରୀ ରାଜେନ୍ଦ୍ର ଦଳବେହେରା ଯୋଗଦେଇ ଥିବା ବେଳେ କାର୍ଯ୍ୟକ୍ରମର ସଭାପତିତ୍ବରେ ଦାୟିତ୍ବ ନିର୍ବାହ କରିଥିଲେ ପ୍ରଫେସର ଅରବିନ୍ଦ ପଣ୍ଡା ।କାର୍ଯ୍ୟକ୍ରମର ଶେଷରେ ସୁନ୍ଦର ସାହିତ୍ୟ ଆଲୋଚନା ହେବା ସହ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅଞ୍ଚଳର ବହୁ କବି ଓ ଲେଖକଙ୍କ ଭିଡ ପରିଲକ୍ଷିତ ହେବାସହ ବିଜୁ ବାବୁଙ୍କ ସମ୍ପର୍କିତ ବହୁ ଉଚ୍ଚକୋଟୀର କବିତା ଆବୃତ୍ତି କରିଥିଲେ ଉପସ୍ଥିତ ସାହିତ୍ୟିକ ମାନେ।କବିତା ଆସରକୁ ସଂଯୋଜନା କରିଥିଲେ କବି ଶ୍ରୀ ଚିନ୍ମୟ ରଞ୍ଜନ ମିଶ୍ର ଏବଂ କବୟିତ୍ରୀ ସୁଧାଞ୍ଜଳୀ ମିଶ୍ର ଏବଂ ଏହି ଅବସରରେ ନବୀନ ସାହିତ୍ୟ ସଂସଦ ରୂପରେ ନୂତନ ସାହିତ୍ୟ ଅନୁଷ୍ଠାନର ଶୁଭାରମ୍ଭ ହୋଇଥିବା ଜଣାପଡ଼ିଛି।
ରିପୋର୍ଟ ରତ୍ନାକର ଶିଅ