Wednesday, October 14, 2026
Home Uncategorized ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ

ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ

54

ସାନଖେମୁଣ୍ଡି (ଜିଲ୍ଲା ଖବର) ୦୫/୦୩ : ସାନଖେମୁଣ୍ଡି ବ୍ଲକ ସମିଳନୀ କକ୍ଷରେ ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷା ସଙ୍ଗୀତା ବେହେରା ଅଧକ୍ଷତାରେ ଅନୁଷ୍ଠିତ କାଯ୍ୟକ୍ରମରେ ପଞ୍ଚାୟତ ଉନ୍ନୟନ ଅଧିକାରୀ ବୈଜୟନ୍ତୀ ମୁଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଗୋଷ୍ଠୀ ଉର୍ନୟନ ଅଧିକାରୀ ଗାୟତ୍ରୀଦତ୍ତ ନାୟକ, ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦଚନ୍ଦ୍ର ସ୍ୱାଇଁ, ଆସିକା ସାଂସଦ ପ୍ରତିନିଧି ଅନ୍ତଯ୍ୟାମୀ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ଶଙ୍କରସଣ ସ୍ୱାଇଁ, ଗୌତମୀ ସମିତିସଭ୍ୟ ପ୍ରତିନିଧି ଜଗନ୍ନାଥ ପାତ୍ର, ଖଲିଙ୍ଗି ସରପଞ୍ଚ ପ୍ରତିନିଧି ସଞ୍ଜୟ ରାଉତ, ଗଙ୍ଗାପୁର ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ, କଉଡିଆ ସମିତିସଭ୍ୟ ଅମିନ ପ୍ରଧାନ, ସାହସପୁର ସରପଞ୍ଚ ପ୍ରତିନିଧି କାଳୀଚରଣ ରାଉଳ ପ୍ରମୁଖ ଉଦ୍ଧଵଧନ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ କାଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ l ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପଞ୍ଚାୟତସ୍ତରୀୟ ବିଭାଗରେ ହୋଇଥିବା ଯୋଜନାର ସଫଳ ରୂପାୟନ ଦିଗରେ ଚେଷ୍ଟା କରିବାକୁ କୁହାଯାଇଥିଲା। ଉକ୍ତ ବୈଠକରେ ବ୍ଲକ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଓ ବିଜୁ ଯୁବବାହିନୀ ସଦସ୍ୟ ଯୋଗ ଦେଇଥିଲେ।

ରିପୋର୍ଟ: ପ୍ରଫୁଲ୍ଲ ସାବତ।