Wednesday, October 14, 2026
Home ଆଞ୍ଚଳିକ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି

ଯୁକ୍ତ ୨ ବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି

31
Image: DSLRnews

ଭୁବନେଶ୍ୱର ; ଯୁକ୍ତ ୨ ବାର୍ଷିକ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । ଏହା ମାର୍ଚ୍ଚ ୨୮ରେ ଶେଷ ହେବ । ବିଜ୍ଞାନ, ବାଣିଜ୍ୟ ଓ କଳା ବିଷୟରେ ଚଳିତ ବର୍ଷ ୩ ଲକ୍ଷ ୫୦ ହଜାର ୮୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେଥିପାଇଁ ମୋଟ ୧୧୪୩ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

ପରୀକ୍ଷାରେ ଶାନ୍ତିଶୃଙ୍ଖଳା ଓ ସ୍ୱଚ୍ଛତା ଆଣିବା ପାଇଁ ସିସିଟିଭି ଖଞ୍ଜା ଯାଇଥିବା ବେଳେ ପୋଲିସ ଓ ସ୍କ୍ୱାର୍ଡ ଟିମ ଗଠନ କରାଯାଇଛି । ପରୀକ୍ଷା ଶେଷ ହେବା ପରେ ୨୦୨ଟି ହବରେ ପ୍ରଶ୍ନପତ୍ର ରଖାଯିବ । ସେହିପରି ପ୍ରଶ୍ନପତ୍ର ଯେଭଳି ଭାଇରାଲ ନହୁଏ, ସେଥିପାଇଁ ଅଧିକାରୀମାନେ ନଜର ରଖିବାକୁ ପ୍ରସ୍ତୁତ ଅଛନ୍ତି ।

ପରୀକ୍ଷା ପରିଚାଳନା ହବକୁ ଥିଓରି ପ୍ରଶ୍ନପତ୍ର ପଠା ସରିଛି। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ପ୍ରଥମ ପର୍ୟ୍ୟାୟରେ ପ୍ରଶ୍ନପତ୍ର ପଠା ସରିଛି। ଦ୍ଵିତୀୟ ପର୍ୟ୍ୟାୟରେ ମାର୍ଚ୍ଚ ୧୧ରେ ପ୍ରଶ୍ନପତ୍ର ପଠାଯିବ। ସୁରକ୍ଷା ପାଇଁ ପୋଲିସ ବନ୍ଦୋବସ୍ତ କରିବାକୁ ଓ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବା ସମୟରେ ଓ ଉତ୍ତର ଖାତା ଆସିବା ବେଳେ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।