
ବ୍ରହ୍ମପୁର, (ଜିଲ୍ଲା ଖବର) ; ବ୍ରହ୍ମପୁର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଚାଲିଛି । ବିନୋଦ ପାଢୀଙ୍କ ବ୍ରହ୍ମପୁର ସ୍ଥିତ ବାସଭବନ ସମେତ ଏକକାଳୀନ ୧୨ଟି ସ୍ଥାନରେ ଚଢଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଉଥିବା ନେଇ ସୂଚନା ମିଳିଛି ।

ଗଂଜାମ ରେ ଥିବା ବାସଗୃହ, ସପିଂ କମ୍ପ୍ଳେକ୍ସ, ବ୍ରହ୍ମପୁର ସ୍ଥିତ ଅଫିସ, ଖଲିକୋଟ ଡିମିରିଆ ଠାରେ ଥିବା ଫାମ ହାଉସ, ହିଲପାଟଣା ସ୍ଥିତ ବିଲ୍ଡିଂ କମ୍ପ୍ଲେକ୍ସ (ହରବିନ୍ ସ୍କୁଲ), ଆମ୍ବପୁଆ ଓ ପକଂଳପାଲି ଠାରେ ଚାଲୁଥିବା ନିମାଣଧିନ କୋଠା, ଜୟପ୍ରକାଶ ନଗର ଠାରେ ଥିବା ଠିକାଦାର ସଚିନ ପାଢୀ କଂ ଘର (ସି-୨୦୮), ଗୋଦାବରିଶ ନଗର ଠାରେ ଥିବା ଯନ୍ତୀକଂ ସଂପକୀୟ ଅଶୋକ ପଣ୍ଡାକଂ ଘର, ଭୂବନେଶ୍ବର ନୟାପଲ୍ଲୀ ମେଟ୍ରୋ ରେସିଡେନ୍ସି ର ଫ୍ଲାଟ୍ ନଂ (୧୦୨/ଏ) ଓ ଭିଆଇପି ଲେନ୍ ରେ ଥିବା ଘର ଉପରେ ଭିଜିଲାନ୍ସ ଚଢଉ ଜାରିରଖିଥିବା ସୂଚନା ମିଳିଛି ।



