
ଜଗନ୍ନାଥ ପ୍ରସାଦ(ଜିଲ୍ଲା ଖବର) ୦୨/୦୩ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଓଡିଶା ଜୀବିକା ମିଶନ ଆୟୋଜନ ରେ ଜଗନ୍ନାଥ ପ୍ରସାଦ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସର ରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିରକୁ BDO ସୁରେଶ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି।ସମ୍ମାନିତ ଅତିଥି ରୂପେ ବ୍ଲକ ଉପାଦକ୍ଷ ହିମାଂଶୁ ସେଖେର ବାରିକ ,ଜିଲା ପରିଷଦ ସଦସ୍ୟ ଡାକ୍ତର ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ,GPEO ମଦନ ମୋହନ ମୁଦୁଲି,BMs ପ୍ରକଳ୍ପ ଅଧିକାରୀ ଦାଶରଥି ତ୍ରିପାଠୀ,କାଜଲ ପଟ୍ଟନାୟକ, ପ୍ରମୁଖ ଯୋଗ ଦେଇଥିଲେ।18 ବର୍ଷ ରୁ 35 ବର୍ଷ ବେରୋଜଗର ଯୁବକ ଯୁବତୀ ମାନଙ୍କ ପାଇଁ ବିଭିନ୍ନ କର୍ମ ସଂସ୍ଥାନ ରେ ଟ୍ରେନିଂ ଓ ନିଯୁକ୍ତି ପାଇଁ ନାମ ପଂଜି କରଣ କର ଯାଇ ଥିଲା।
DDU-GKY, SKILLED IN ODISHA, ORMAS, ODISHA SARSKAR, ORLM, ତରଫରୁ ବେରୋଜଗରୀ ମାନଙ୍କୁ ବିଭିନ୍ନ ବିଭାଗ ଯଥା, ସିଲେଇ, electrical, ପେକେର, ହୋଟେଲ ମ୍ୟାନେଜମେଣ୍ଟ, ଇତ୍ୟାଦି ବହୁ ବିଭାଗ ରେ ନିଯୁକ୍ତି ଓ ପ୍ରଶିକ୍ଷଣ ଦେବା ପାଇଁ ନାମ ପଜିକରଣ, କରିଥିଲେ।ପ୍ରାୟ 200 ରୁ ଉର୍ଦ୍ଧ୍ବ ଯୁବକ ,ଯୁବତୀ,ଗୃହିଣୀ ବିଭିନ୍ନ ବିଭାଗ ରେ କର୍ମ ସଂସ୍ଥାନ ପାଇଁ ନିଜ ନାମ ପଞ୍ଜିକରଣ କରିଥିଲେ।
ରିପୋର୍ଟ ନିରାକାର ସାହୁ




