Sunday, October 11, 2026
Home ଆଞ୍ଚଳିକ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ବିଶାଳ ସାର୍କ ମାଛ

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ବିଶାଳ ସାର୍କ ମାଛ

20
ସୁନାପୁର ବେଳାଭୂମିରେ ଏହି ବିରଳ ସାର୍କକୁ ଦେଖିବାକୁ ମିଳିଛି

ବ୍ରହ୍ମପୁର, ୦୨/୩ (ରୁଷିକେଶ ବେହେରା ) : ଗଞ୍ଜାମ ଜ଼ିଲ୍ଲା ସୋନାପୁର ସମୁଦ୍ର କୁଳ ନିକଟରେ ଏକ ବୃହତମ ସାକ୍ ଭଳି ଦେଖାଯାଉଥିବା ଏକ ବିରାଟକାୟ ମାଛ ଦେଖିବାକୁ ମିଳିଥିଲା । ସୋନାପୁର ଆଞ୍ଚଳର କିଛି ମତ୍ସଜୀବି ମାଛ ଧରିବାକୁ ସମୁଦ୍ରରୁ ମତ୍ସ୍ୟଜୀବୀମାନେ ଫେରୁଥିବା ସମୟରେ ଜାଲରେ ଏକ ବିଶାଳକାୟ ସାର୍କ ମାଛ ଲାଗିଥିଲା । ଯାଉଥିବାବେଳେ ହଠାତ ଏକ ବିରାଟ ତିମି ମାଛ ଜାଲରେ ଆସିଯାଇଥିଲା ।

ମତ୍ସଜୀବି ମାନେ ଜାଲଟିକୁ ସମୁଦ୍ର କୂଳକୁ ଟାଣି ଆଣି ମାଛଟିକୁ ଜାଲରୁ ଉଦ୍ଧାର କରି ପାଣିରେ ଛାଡିବାକୁ ଉଦ୍ୟମ କରିଥିଲେ । ଫଳରେ ସମୁଦ୍ର କୂଳରେ କମ ଜଳ ଥିବାରୁ ମାଛଟିକୁ ଦୁରକୁ ଠେଲି ଠେଲି ସମୁଦ୍ର ଗର୍ଭକୁ ଛାଡି ଦେଇଥିଲେ । ଯାହାର ଲମ୍ବ ୨୦ ଫୁଟ ହୋଇଥିବା ବେଳେ ଓଜନ ପ୍ରାୟ ୯ କ୍ୱିଣ୍ଟାଲ୍ ହେବ ବୋଲି ଅନୁମାନ କରାଯାଉଛି ।