Home ଆଞ୍ଚଳିକ ଦାରିଙ୍ଗବାଡି ଯୁବକ ବିହାରରେ ଆଞ୍ଚଳିକ ଲେବର କମିଶନର : ସଫଳତା ପାଇ ଦାରିଙ୍ଗବାଡି ପାଇଁ ଗୌରବ

ଦାରିଙ୍ଗବାଡି ଯୁବକ ବିହାରରେ ଆଞ୍ଚଳିକ ଲେବର କମିଶନର : ସଫଳତା ପାଇ ଦାରିଙ୍ଗବାଡି ପାଇଁ ଗୌରବ

79

ଦାରିଙ୍ଗବାଡି/କନ୍ଧମାଳ ଜିଲା , ୧/୩ (ଡି.ଏନ) : ଜଣେ ଯୁବକ ସଫଳତା ପାଇ ଦାରିଙ୍ଗବାଡି ପାଇଁ ଗୌରବ ଆଣିଛନ୍ତି। ସେ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡିର କୁନିଦେବ ସାହୁ ଓ ସ୍ବର୍ଗତ ଜୟଦେବ ସାହୁଙ୍କ କନିଷ୍ଠ ପୁତ୍ର କାହ୍ନୁଚରଣ। ବାଧାବିଘ୍ନ ଓ ଆର୍ଥିକ ଅନଟନ ଭିତରେ ପାଠପଢି ସେ ଏବେ କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗରେ ଆଞ୍ଚଳିକ ଶ୍ରମ କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ବିହାର ରାଜ୍ୟର ପାଟନାରେ ଆଞ୍ଚଳିକ ଶ୍ରମ କମିଶନର ଭାବେ ସେ ଏବେ ଅବସ୍ଥାପିତ। ଅଞ୍ଚଳରେ ଶ୍ରମିକଙ୍କ ଉନ୍ନତି ପାଇଁ ନୂତନ ଚିନ୍ତାଧାରା ଓ ବିଭିନ୍ନ ପ୍ରକାର ପଦକ୍ଷେପ ତାଙ୍କୁ ଭିନ୍ନଏକ ପରିଚୟ ଦେଇଛି। ବିହାର ଦୂରଦର୍ଶନରେ ତାଙ୍କ ସାକ୍ଷାତକାର ଭିଡିଓ ଭାଇରାଲ ପରେ ଏବେ ଦାରିଙ୍ଗବାଡି ସମେତ ସାରା ରାଜ୍ୟରେ କାହ୍ନୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।