Friday, October 16, 2026
Home ଆଞ୍ଚଳିକ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

29

ଭୁବନେଶ୍ୱର : ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପରୀକ୍ଷା । ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳାରେ ସହିତ ହେବ ସେ ନେଇ ବ୍ୟାପକ ପ୍ରସ୍ତୁତି କରିଛି ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ । ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦର ପ୍ରସ୍ତୁତି ସମ୍ପର୍କରେ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଲେ ଉଚ୍ଚମାଧ୍ୟାମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ।

+୨ ପରୀକ୍ଷା ଆସନ୍ତା ମାର୍ଚ୍ଚ ୩ ରୁ ଆରମ୍ଭ ହୋଇ ୨୮ରେ ସରିବ। ଏଥିରେ ମୋଟ ୨୦ଟି କାର୍ଯ୍ୟ ଦିବସ ରହିଛି। ସମୁଦାୟ ୩ ଲକ୍ଷ ୫୦ ହଜାର ୮୦୦ କଳା, ବିଜ୍ଞାନ, ବାଣିଜ୍ୟ ଓ ଦକ୍ଷତା କୌଶଳର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ୨୦୨ଟି ପରୀକ୍ଷା ପରିଚାଳନା ହବ୍ କରାଯାଇଛି। ୧୧୪୩ଟି ପରୀକ୍ଷା ସେଣ୍ଟର ବ୍ୟବସ୍ଥା କରାଯାଇଛି।

୩ ପ୍ରକାରର ସ୍ଵାର୍ଡ଼ ବନ୍ଦୋବସ୍ତ କରାଯାଇଛି। ସିଏଚଏସଇ ପକ୍ଷରୁ, ଜୋନାଲ କାଉନସିଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵାର୍ଡ଼ ପଠାଯିବ। ଏତଦ୍ ବ୍ୟତୀତ ପ୍ରଶ୍ନପତ୍ର ଯିବା ସମୟରେ ଜଣେ ଅବଜରଭର ଯିବେ। ସେ ଦିନ ସାରା ପରୀକ୍ଷା କେନ୍ଦ୍ରରେ ରହିବେ। କାଉନସିଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ଅବଜରଭର ଯିବେ।

୯ଟା ୩୦ ସୁଦ୍ଧା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଁଚିବ। ୧୦ଟା ସୁଦ୍ଧା ପରୀକ୍ଷା ଆରମ୍ଭ ହେବ। ୧୫ ମିନିଟ୍ ପୂର୍ବରୁ ପିଲାମାନେ ନିଜ ନିଜ ସିଟରେ ବସିବେ। ୧୦ଟା ପରେ ବଳକା ପ୍ରଶ୍ନପତ୍ର ସିଲ୍ ହେବ। ମୋବାଇଲ୍, ବେଦ୍ୟୁତିକ ସାମଗ୍ରୀ ଆଦି ପରୀକ୍ଷା କେନ୍ଦ୍ରକୁ ନେବାକୁ ଅନୁମତି ଦିଆଯିବ ନାହିଁ।