
ଭୁବନେଶ୍ୱର : ପୂର୍ବତଟ ରେଳବାଇ ପକ୍ଷରୁ ଭୁବନେଶ୍ୱର ଓ କଟକ ମଧ୍ୟରେ ଜନସାଧାରଣ ସ୍ପେସିଆଲ ଟ୍ରେନ I ଯାତ୍ରୀମାନଙ୍କ ଗମନାଗମନ ସୁବିଧା ପାଇଁ ଭୁବନେଶ୍ୱର ଓ କଟକ ଦୈତ୍ୟ ନଗରୀ ସହିତ ଆଖପାଖ ଯାତ୍ରୀମାନଙ୍କ ଗମନାଗମନ ପାଇଁ ଏହି ଟ୍ରେନ ସହାୟକ ହେବ I ଏହି ଟ୍ରେନ ଏକ ସର୍କୁଲାର ଟ୍ରେନ ଭଳି ଚଳାଚଳ କରିବ I
ଭୁବନେଶ୍ୱର ଠାରୁ ଏହି ଟ୍ରେନ ବାରଙ୍ଗ ଓ ଗୋପାଳପୁର ବାଲିକୁଦା ମାର୍ଗ ଦେଇ କଟକ ଯିବ ଓ ସେଠାରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର, ନରାଜ ମାର୍ଥାପୁର ମାର୍ଗ ଦେଇ ଭୁବନେଶ୍ୱର ଫେରିବ I କଟକ ସହରର ବହିର୍ଭାଗ ଯାତ୍ରୀ ମାନଙ୍କ ସହିତ ଆଠଗଡ଼, ଚୌଦ୍ୱାର, ନରାଜ ମାର୍ଥାପୁର, ବଡମ୍ବା, ନରସିଂହପୁର ଓ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳର ଯାତ୍ରୀମାନେ ଉପକୃତ ହେବେ I ଏହି ଅଞ୍ଚଳର ଲୋକମାନେ ଭୁବନେଶ୍ୱର ସହିତ ଟ୍ରେନ ଦ୍ୱାରା ସୁବିଧାରେ ଯୋଡିହେଇ ପାରିବେ I
ଟ୍ରେନ ଯାତ୍ରୀ ମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଭୁବନେଶ୍ୱର ଓ କଟକ ଦୈତ୍ୟ ନଗରୀ ସହିତ ଆଖପାଖ ଯାତ୍ରୀମାନଙ୍କ ଗମନାଗମନ ପାଇଁ ସୁବିଧା ଯୋଗାଇଦେବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ଅପରାହ୍ନ ସମୟରେ ଭୁବନେଶ୍ୱର ଓ କଟକ ମଧ୍ୟରେ ଏକ ଜନସାଧାରଣ ସ୍ପେସିଆଲ ଟ୍ରେନ ଚଳାଚଳ କରାଇବାକୁ ସ୍ଥିର କରାଯାଇଅଛି ଯାହାକି ମାର୍ଚ୍ଚ ମାସ ପହିଲା ଠାରୁ ୩୧ ତାରିଖ ମଧ୍ୟରେ ଚଳାଚଳ କରିବ I



