Wednesday, October 14, 2026
Home ଆଞ୍ଚଳିକ ଜଗନ୍ନାଥ ପ୍ରସାଦ ବ୍ଲକ ତରଫରୁ ଭୀମଭୋଇ ସାମର୍ଥ୍ଯ ଅଭିଯାନ ।

ଜଗନ୍ନାଥ ପ୍ରସାଦ ବ୍ଲକ ତରଫରୁ ଭୀମଭୋଇ ସାମର୍ଥ୍ଯ ଅଭିଯାନ ।

103

ଜଗନ୍ନାଥ ପ୍ରସାଦ ( ଜିଲ୍ଲା ଖବର) ୦୧.୦୩ : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ତରଫରୁ ଭିନ୍ନକ୍ଷମ ମାନଙ୍କୁ ଉପକରଣ ଦେବା ନିମନ୍ତେ ଭିନ୍ନକ୍ଷମ ଚିହ୍ନଟ ଶିବିର ଅର୍ଥାତ୍ ଭୀମଭୋଇ ସାମର୍ଥ୍ଯ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ଯକ୍ଷା ଶ୍ରୀମତୀ ଗୀତାଞ୍ଜଳି ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ। ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେବା ସହ ଅନ୍ୟ ତମ ଅତିଥି ରୂପେ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମଦନ ମୋହନ ମୁଦୁଲି, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପୁରୁଷୋତ୍ତମ ସେଠି, ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ମନୋରଞ୍ଜନ ମିଶ୍ର, ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇଥିଲେ। ଜଗବନ୍ଧୁ ଦାସ ମଞ୍ଚ ପରିଚାଳନା କରିଥିବା ସ୍ଥଳେ ସି.ଆର.ସି.ସି ଓ ବ୍ଲକର ସମସ୍ତ କର୍ମଚାରୀ ଶିବିରରେ ସହାୟତା କରିଥିଲେ। ବିଭିନ୍ନ ବର୍ଗର ଭିନ୍ନକ୍ଷମ ମଧ୍ୟରୁ ୩୧୯ ଜଣଙ୍କୁ ଚିହ୍ନଟ କରାଯିବା ସହ ୯୬ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ, ୨୦୪ ଜଣଙ୍କ ମଧ୍ୟରୁ ରେଳ ପାସ, ବସ ପାସ, ବାଣୀଶ୍ରୀ ରାସନ କାର୍ଡ, ୪୬ ଜଣଙ୍କୁ ଟ୍ରାଇ ସାଇକେଲ, ୫ ଜଣଙ୍କୁ ହୁଇଲର ଚେୟାର ଓ ୬ ଜଣଙ୍କୁ ଆଶା ବାଡ଼ି। ଏହି ପରି ବିଭିନ୍ନ ବର୍ଗରୁ ୮୩୮ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି ବ୍ଲକ ପ୍ରଶାସନ ତରଫରୁ ପ୍ରକାଶ କରାଯାଇଛି।

ରିପୋର୍ଟ ନିରାକାର ସାହୁ,