Tuesday, October 13, 2026
Home ଆଞ୍ଚଳିକ ପୋଲସରା ଏନଏସିର ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ଧାରଣା ପ୍ରତ୍ୟାହୃତ

ପୋଲସରା ଏନଏସିର ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ଧାରଣା ପ୍ରତ୍ୟାହୃତ

22

ପୋଲସରା (ଜିଲ୍ଲା ଖବର) ୨୯/୦୨ : ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଅସ୍ଥାୟୀ ସଫେଇ କର୍ମଚାରୀ ବୃନ୍ଦ ଅଫିସ ସମ୍ମୁଖରେ ଶନିବାର ଦିନ ଧାରଣା ଦେଇଥିଲେ। ଖବର ପାଇ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ସେ ଧାରଣାରେ ବସିଥିବା ସଫେଇ କର୍ମଚାରୀ ବୃନ୍ଦଙ୍କ ସହ ସେମାନଙ୍କର ଦାବୀ ବିଷୟ ନେଇ ଆଲୋଚନା କରିଥିଲେ।ପରେ ବିଧାୟକ ଶ୍ରୀ ସାହୁ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ସହ ଆଲୋଚନା କରିଥିଲେ। ଉଭୟଙ୍କ ସହ ଆଲୋଚନା କରି ସମାଧାନର ସୂତ୍ର ବାହାର କଲାପରେ ସଫେଇ କର୍ମଚାରୀ ବୃନ୍ଦ ଧାରଣା ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେଇଥିଲେ ।

ରିପୋର୍ଟ ଡ଼ଃ କୁମୁଦ ଚନ୍ଦ୍ର ବେହେରା