Home ଆଞ୍ଚଳିକ ସଙ୍କୁରୁ କ୍ରିକେଟ ଟୁର୍ଣାମେଣ୍ଟ , ବେତାରସିଂ ଟିମ ଚମ୍ପିୟାନ

ସଙ୍କୁରୁ କ୍ରିକେଟ ଟୁର୍ଣାମେଣ୍ଟ , ବେତାରସିଂ ଟିମ ଚମ୍ପିୟାନ

47

ବୁଗୁଡା (ଜିଲ୍ଲା ଖବର) ୨୮/୦୨ ଗତ ଫେବୃଆରୀ ୧ ତାରିଖରେ ସଙ୍କୁରୁ ଶ୍ରୀ ଭାଗବତ ସ୍ଵାମୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ଆରମ୍ଭ ହୋଇଥିବା କ୍ରିକେଟ ମ୍ୟାଚ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଇନର ବେତାରସିଂ କ୍ରିକେଟ ଟିମକୁ ଚମ୍ପିୟାନ ଟ୍ରଫି ଓ କାଦପଡା ଟିମ କୁ ରନର୍ସ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ବୁଗୁଡା ବ୍ଲକ ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା,ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ଗୋଳାବନ୍ଧ ସରପଞ୍ଚ ବସନ୍ତ କୁମାର ସାମଲ ଓ ହାଇ ସ୍କୁଲ ଶିକ୍ଷକ ବୃନ୍ଦ ଯୋଗ ଦେଇଥିଲେ। ଫାଇନାଲରେ ମ୍ୟାଚରେ ଟସ ଜିତି କାଦପଡା ଟିମ ପ୍ରଥମେ ବ୍ୟାଟିଙ୍ଗ କରି ୧୫ ଓଭରରେ ୧୫୫ ରନ କରିଥିବା ବେଳେ ବେତାରସିଂ ଟିମ ୧୪ ଓଭରରେ ୧୫୬ ରନ କରି ୭ ଉଇକେଟରେ ବିଜୟୀ ହୋଇଥିଲେ। ଅମ୍ପାୟାର ଭାବେ ନିଳାମ୍ବର ସ୍ବାଇଁ ଓ ରଞ୍ଜିତ ସେଠୀ ଏବଂ ସ୍କୋରର ଭାବେ ଶ୍ରୀକୃଷ୍ଣ ବେହେରା ଓ ଅଶୋକ ବିଷୋୟୀ କାର୍ଯ୍ୟ ସମ୍ପାଦନ କରିଥିଲେ।


ରିପୋର୍ଟ ଡ଼ଃ କୁମୁଦ ଚନ୍ଦ୍ର ବେହେରା